କୋଲ ଇଣ୍ଡିଆ ମୁଖ୍ୟଙ୍କ ସମୀକ୍ଷା : ଏମ୍‌ସିଏଲ୍‌ର ୨ ଲକ୍ଷ କ୍ଷତି

ସମ୍ବଲପୁର : କୋଇଲା ଉତ୍ପାଦନରେ ଏମସିଏଲର ୨ଲକ୍ଷ ଟନ କ୍ଷତି ହେଉଛି। ବର୍ତ୍ତମାନ ପ୍ରତିଦିନ ବିଜୁଳି ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ତେଣୁ କୋଇଲା ଉତ୍ପାଦନ ବୃଦ୍ଧି ପାଇଁ କୋଲ ଇଣ୍ଡିଆ ମୁଖ୍ୟ ଅନୀଲ ଝା ନିର୍ଦେଶ ଦେଇଛନ୍ତି। ଭିଡିଓ କନଫ୍ରେନସିଂ ମାଧ୍ୟମରେ ଏମସିଏଲ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ଅବସରରେ ସେ ଏମସିଏଲର ବିଭିନ୍ନ ଖନନ ଗତିବିଧି, ପରିଚାଳନା ବ୍ୟବସ୍ଥା, କୋଇଲା ଉତ୍ପାଦନ ନେଇ ଆଲୋଚନା କରିଥିଲେ। ଅଗଷ୍ଟ-ସେପ୍ଟେମ୍ବର ମାସରେ କୋଇଲା ଉତ୍ପାଦନରେ ଏମସିଏଲ ଲକ୍ଷ୍ୟ ଠାରୁ ୧୩ ପ୍ରତିଶତ ପଛରେ ପଡ଼ି ଯାଇଛି। ଜମି ସମସ୍ୟା ଯୋଗୁଁ ତାଳଚେର କୋଇଲା ଅଞ୍ଚଳରେ ଖନନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏଥିରେ ସହଯୋଗ ପାଇଁ ଶ୍ରୀ ଝା କହିଥିଲେ।

ସମ୍ବନ୍ଧିତ ଖବର