ସୁନ୍ଦରଗଡ଼: ଦ୍ରୁତଗତି, ମହାବିପତ୍ତି ହୋଇଥିବା ବେଳ ସଡ଼କ ସୁରକ୍ଷା ହିଁ ଜୀବନ ରକ୍ଷା କରିଥାଏ। ଅସାବଧାନତା ଯୋଗୁଁ ପ୍ରତିଦିନ ସଡ଼କ ଦୁର୍ଘଟଣାରେ ଲୋକଙ୍କର ମୃତ୍ୟୁ ହେଉଛି। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଏମ୍ସିଏଲ୍ ଗର୍ଜନବାହାଲ କୋଇଲା ଖଣି ପାର୍କି ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏକ ଦ୍ରୁତଗାମୀ କୋଇଲା ବୋଝେଇ ଟ୍ରକ୍ ମାଡ଼ିଯିବାରୁ ଜଣେ ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତେଜିତ ଲୋକେ ଏମ୍ସିଏଲର ଟୋକେନ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି।
ସୂଚନା ଅନୁସାରେ ହେମଗିରି ଥାନା ଏମସିଏଲ ଗର୍ଜନବାହାଲ କୋଇଲା ଖଣି ପାର୍କିଂ ଏରିଆରେ କୋଇଲା ବୋଝେଇ ଟ୍ରକ୍ ଚାପାରେ ଗର୍ଜନବାହାଲ ଗାଁର ପପୁ ଅମାତଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକମାନେ ଏମ୍ସିଏଲର ଟୋକେନ ଅଫିସକୁ ଜାଳିଦେଇଛନ୍ତି। ଏହା ସହ ଅଫିସର ଦୁଇ ବାଇକ୍କୁ ମଧ୍ୟ ଜାଲିଦେଇଛନ୍ତି।
ଉତ୍ତେଜିତ ଲୋକମାନେ ହେମଗିରି, ଏମ୍ସିଏଲ ରାସ୍ତାକୁ ଅବରୋଧ କରି କ୍ଷତିପୂରଣ ଦାବି କରିଛନ୍ତି। ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/10/JG3MMGTVwwnsad3YQtn5.jpeg)