କଟକ: ଜଗତପୁର ଶିଳ୍ପାଞ୍ଚଳରେ ଏକ କୋଇଲା ବୋଝେଇ ଟ୍ରକ୍ରେ ହଠାତ୍ ନିଆଁ ଲାଗି ଯିବାରୁ ଘଟଣାସ୍ଥଳରେ ହେଲପର ଗୁରୁତର ଆହତ ହୋଇଥିବା ବେଳେ ଡ୍ରାଇଭର ମଧ୍ୟ ଆହତ। ଅପରପକ୍ଷରେ ଖବର ପାଇ ଜଗତପୁର ପୁଲିସ ପିସିଆର ପହଞ୍ଚି ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରିଛନ୍ତି। ସୂଚନା ଅନୁସାରେ ଟ୍ରକ୍ଟି ପାରାଦୀପ ବନ୍ଦରରୁ ଚୌଦ୍ୱାର ଅଭିମୁଖେ ଯାଉଥିବା ବେଳେ ଜଗତପୁର ଖଇରା ପୋଲ ନିକଟରେ ପଛଚକ ଅତ୍ୟଧିକ ଗରମ ହୋଇ ସେଥିରେ ନିଆଁ ଲାଗି ଯାଇଥିଲା। ଡ୍ରାଇଭର ଗାଡ଼ିକୁ ଜାତୀୟ ରାଜପଥରୁ ନେଇ ଇପିକଲ ଛକ ଭିତରେକୁ ନେଇ ଯାଇଥିଲେ। ସେଠାରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି।
କୋଇଲା ବୋଝେଇ ଟ୍ରକ୍ରେ ନିଆଁ ଲାଗିଲା, ଡ୍ରାଇଭର ଓ ହେଲ୍ପର ଆହତ
/sambad/media/post_attachments/wp-content/uploads/2023/03/Truck.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)