ଚଣ୍ଡିଖୋଲ : ଏକ ଟାଟା ଏସି ଗାଡ଼ି ସହ ଅଖାରେ ବନ୍ଧା ହୋଇଥିବା ୩ କୁଇଣ୍ଟାଲ କାଠ କୋଇଲାକୁ ବନ ବିଭାଗ କର୍ମଚାରୀ ଜବତ କରିଛନ୍ତି। କେନ୍ଦୁଝର ଜିଲ୍ଲା ଅଞ୍ଚଳରୁ ଏହି କାଠ କୋଇଲା ଭର୍ତ୍ତି ଟାଟା ଏସି ଗାଡ଼ି (ଓଆର ୦୪ ଏଲ-୨୯୯୮) ଟି ଧର୍ମଶାଳା ଥାନା କାଏମା-କୁଣ୍ଡପାଟଣା ଗ୍ରାମ ରାସ୍ତା ଦେଇ ଗତକାଲି ବିଳମ୍ବିତ ରାତିରେ କୁଣ୍ଡପାଟଣା ଗ୍ରାମକୁ ଯାଉଥିଲା।
ଏହି ଖବର ପାଇ ବନ ବିଭାଗ ଚଣ୍ଡିଖୋଲ ସେକ୍ସନର ବିଭାଗୀୟ କର୍ମଚାରୀମାନେ ଘଟଣା ସ୍ଥଳକୁ ଯାଇ ଗାଡ଼ିଟିକୁ ଜବତ କରି କାର୍ଯ୍ୟାଳୟକୁ ନେଇଥିଲେ। ଗାଡ଼ି ଚାଳକ ଫେରାର ହୋଇଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ତଦନ୍ତ ଚାଲୁ ରହିଛି ବୋଲି ଫରେଷ୍ଟର ଶଶୀକାନ୍ତ ବେହେରା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/9.jpg)