ବୌଦ୍ଧ: କୋଇଲା ଚୋରା ଚାଲାଣ କରୁଥିବା ଏକ ପିକ୍ଅପ୍ ଭ୍ୟାନ୍ (ଓଡି ୦୨ ବିଏମ୍ ୩୬୩୭)କୁ ବୌଦ୍ଧ ସହରର ବିଜ୍ରଛକରେ ପୁଲିସ ଜବତ କରିଛି। ଏହି କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ନୟାଗଡ଼ ଜିଲ୍ଲା ଦୁରୁଦୁରା ଗାଁର ସତ୍ୟବାଦୀ ନାୟକ (୫୨ବର୍ଷ) ଓ ରାଉତରାୟପୁର ଗାଁର ବୀର ବେହେରା (୩୦ବର୍ଷ)ଙ୍କୁ ଗିରଫ କରିଛି।
ପିକ୍ଅପ୍ ଭ୍ୟାନ୍ଟି ରେଢ଼ାଖୋଲ ଅଞ୍ଚଳରୁ ନୟାଗଡ଼ ଅଞ୍ଚଳକୁ ଯାଉଥିବା ଜଣାପଡ଼ିଥିଲା। ଗାଡ଼ିରେ ଦୁଇଟନ୍ କୋଇଲା ବୋଝେଇ ହୋଇଥିବା ବେଳେ ଚାଳକ ବୈଧ କାଗଜତପତ୍ର ଦେଖାଇ ପାରିନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/14-8.jpg)