ଭୁବନେଶ୍ବର : ଓସିପିଏଲ୍ ମନୋହରପୁର କୋଇଲାଖଣିରୁ ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ (ଓପିଜିସି)କୁ ଗତ ୮ ତାରିଖରେ କୋଇଲା ଯୋଗାଣର ଶୁଭାରମ୍ଭ ହୋଇଛି। ଓପିସିଏଲ୍ ଗତବର୍ଷଠାରୁ କୋଇଲା ଉତ୍ପାଦନ କରିଆସୁଛି। କିନ୍ତୁ ରେଳ ଯୋଗାଯୋଗର ସୁବିଧା ନ ଥିବାରୁ ଓପିଜିସିକୁ କୋଇଲା ଯୋଗାଣ ସମ୍ଭବପର ହେଉ ନ ଥିଲା। ଶକ୍ତିବିଭାଗ ସଚିବ ନିକୁଞ୍ଜବିହାରୀ ଧଳ ଏବଂ ଓସିପିଏଲ୍ର ସିଇଓ ସାରିପୁତ୍ତ ମିଶ୍ରଙ୍କ ପ୍ରଚେଷ୍ଟାରେ ନିକଟରେ ଥିବା ଏସିବି ସାଇଡିଙ୍ଗ୍ରୁ ଓପିଜିସିକୁ କୋଇଲା ଯୋଗାଣ ସମ୍ଭବପର ହୋଇପାରିଛି। ଏଠାରେ ଉଲ୍ଲେଖ କରାଯାଇ ପାରେ କି ଓପିଜିସି ତାପଜ ବିଦ୍ୟୁତ୍ କେନ୍ଦ୍ରର ୟୁନିଟ୍-୩ କୋଇଲା ଯୋଗାଣ ଅଭାବରୁ ବନ୍ଦ ରହିଥିଲା। ମନୋହରପୁର କୋଇଲାଖଣିରୁ ଉତ୍କୃଷ୍ଟମାନର କୋଇଲା ଯୋଗାଣ ଫଳରେ ଓପିଜିସିର ୟୁନିଟ୍-୩ କାର୍ଯ୍ୟକ୍ଷମ ହୋଇପାରିଛି।
ମନୋହରପୁର କୋଇଲାଖଣିରୁ ଓପିଜିସିକୁ କୋଇଲା ଯୋଗାଣ
/sambad/media/post_attachments/wp-content/uploads/2021/06/COAL-DESPATCH-2.jpg)