ଟିଟିଲାଗଡ଼ : ଟିଟିଲାଗଡ଼ ଷ୍ଟେସନରେ ଛିଡ଼ା ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନରେ ବୁଧବାର ସନ୍ଧ୍ୟା ୬ଟାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଟ୍ରେନଟି ବ୍ରଜରାଜନଗରରୁ ବାହାରି ଆନ୍ଧ୍ରପ୍ରଦେଶର ସିମାଦ୍ରୀ ତାପଜ ବିଦ୍ୟୁତ ପ୍ରକଳ୍ପକୁ ଯିବା ବାଟରେ କୌଣସି ସ୍ଥାନରେ ୱାଗନରେ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି। ତେବେ ଟିଟିଲାଗଡ଼ ଷ୍ଟେସନର ତିନି ନଂ ପ୍ଲାଟଫର୍ମରେ ଟ୍ରେନଟି ଛିଡ଼ା ହୋଇଥିବା ବେଳେ ୱାଗନ ନଂ ୨୪୧୩୧୭୧୦୩୩୧ରୁ ଧୂଆଁ ବାହାରୁଥିବା ଦେଖି ରେଳବାଇ ଅଧିକାରୀମାନେ ଦମକଳ ବାହିନୀକୁ ଖବର ଦେଇଥିଲେ। ଟିଟିଲାଗଡ଼ ଦମକଳ ବିଭାଗର ଷ୍ଟେସନ ଅଫିସର ସୌମ୍ୟରଞ୍ଜନ ସେଠୀଙ୍କ ନେତୃତ୍ୱରେ ଦମକଳ ବାହିନୀ ଷ୍ଟେସନରେ ପହଞ୍ଚି ନିଆଁ ଲିଭାଇଥିଲେ। ଟ୍ରେନଟି ଏଥି ଯୋଗୁଁ ବହୁ ସମୟ ଧରି ଷ୍ଟେସନରେ ଠିଆ ହୋଇଥିଲା। ନିଆଁ ସଂପୂର୍ଣ୍ଣ ଲିଭିଯିବା ପରେ ଟ୍ରେନଟି ନିଜ ଗନ୍ତବ୍ୟ ପଥରେ ଚାଲି ଯାଇଥିଲା।
କୋଇଲା ବୋଝେଇ ଟ୍ରେନରେ ନିଆଁ
/sambad/media/post_attachments/wp-content/uploads/2018/01/Titlagarh-Train-Re-Nian.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)