ବଡ଼ଚଣା : ଅଟୋ ସହ କାଠ କୋଇଲା ଜବତ

ଚଣ୍ତିଖୋଲ/ବଡ଼ଚଣା : ବେଆଇନ ଭାବେ ଚାଲାଣ ହେଉଥିବା ୧୨ ବସ୍ତା କାଠ କୋଇଲା ସହ ଏକ ଅଟୋକୁ ବନ ବିଭାଗ କର୍ମଚାରୀମାନେ ଜବତ କରିଛନ୍ତି। ଢେଙ୍କାନାଳ ଅଞ୍ଚଳରୁ ଏହି ଅଟୋ (ଓଡି ୦୪ ଏମ ୧୯୩) ରେ କାଠ କୋଇଲା ଧର୍ମଶାଳାର କୁଣ୍ତପାଟଣା ଅଞ୍ଚଳକୁ ଯାଉଥିଲା। ଏନେଇ ବିଶେଷ ସୂତ୍ରରୁ ଖବର ପାଇ ବନପାଳ ଶଶିଭୂଷଣ ବେହେରା, ଲକ୍ଷ୍ମୀଧର ନାୟକ ଓ ବନରକ୍ଷୀ ଈପ୍‌ସିତ‌ ରାୟ ନାୟକ ପ୍ରଭୃତି ବଡ଼ଚଣା ଥାନା ଖଟୁଆପଡ଼ା ନିକଟରେ ଚଢ଼ଉ କରିଥିଲେ। ସେଠାରୁୁ ଗାଡ଼ିଟିକୁ ଜବତ କରି ଚଣ୍ତିଖୋଲସ୍ଥିତ ବିଭାଗୀୟ କାର୍ଯ୍ୟାଳୟକୁ ନେଇଥିଲେ। ଅଟୋ ଚାଳକ ଫେରାର ହୋଇଯାଇଥିଲା।

ସମ୍ବନ୍ଧିତ ଖବର