ଆସାମ ଅଶାନ୍ତି ଯୋଗୁଁ ରେଳବିଭାଗ ପକ୍ଷରୁ ବହୁ ଟ୍ରେନ୍‌ ବାତିଲ ହେଲା; ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ

ଭୁବନେଶ୍ୱର: ଉତ୍ତରପୂର୍ବ ରେଳପଥର ତିନସୁକିଆ ଓ ଲମଡିଙ୍ଗ ଡିଭିଜନ୍‌ରେ ବିଭିନ୍ନ ସଂଗଠନ ପକ୍ଷରୁ ‘ରୋଳରୋକୋ’ ଆନ୍ଦୋଳନ ଓ ଆସାମରେ ବର୍ତ୍ତମାନ ଦେଖା ଦେଇଥିବା ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ରେଳ ପକ୍ଷରୁ କିଛି ଟ୍ରେନ୍‌କୁ ସଂପୂର୍ଣ୍ଣ ଓ ଆଂଶିକ ବାତିଲ୍‌ କରି ଦିଆଯାଇଛି। ସେହିପରି କିଛି ଟ୍ରେନ୍‌ ଗନ୍ତବ୍ୟସ୍ଥଳରୁ ବିଳମ୍ବରେ ଛାଡ଼ିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ପଶ୍ଚିମବଙ୍ଗରେ ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଓ ହାଓ୍ଵଡ଼ା ରେଳ ସେକ୍ସନ ମଧ୍ୟରେ ସଂକ୍ରାଏଲ, ମୋରିଗ୍ରାମ, ବଙ୍କ୍ରା ନୟାବଜ ଓ ନଳପୁରଷ୍ଟେସନଠାରେ ଲୋକମାନଙ୍କ ଦ୍ୱାରା ବିକ୍ଷୋଭ ଯୋଗୁଁ ଓଡ଼ିିଶାକୁ ଆସୁଥିବା‌ ଓ ଓଡିଶା ମଧ୍ୟଦେଇ ଯାତ୍ରା କରୁଥିବା ଟ୍ରେନ୍‌କୁ ବାତିଲ କରାଯାଇଛି। ଏହାଦ୍ୱାରା ଅନେକ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

youtube.com

ଆଜି ଓଡ଼ିଶା ଦେଇ ଯାଉଥିବା ଯେଉଁ ଟ୍ରେନଗୁଡ଼ିକ ହାଓ୍ଵଡାରୁ ବାତିଲ ହୋଇଛି। ସେଗୁଡ଼ିକ ମଧ୍ୟରେ ରହିଛି..

୦୧. ୨୦୮୮୯ ହାଓ୍ଵଡ଼ା -ତିରୁପତି ହମସଫର ଏକ୍ସପ୍ରେସ

୦୨.୨୨୮୭୭ ହାଓ୍ଵଡ଼ା -ଏର୍ଣ୍ଣାକୁଲମ ଅନ୍ତଦ୍ୱୟ ଏକ୍ସପ୍ରେସ

୦୩. ୧୨୮୪୧ ହାଓ୍ଵଡ଼ା -ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ

୦୪.୧୨୨୪୫ ହାଓ୍ଵଡ଼ା -ଯଶୋବନ୍ତପୁର ଦୁରନ୍ତ ଏକ୍ସପ୍ରେସ

୦୫.୧୮୬୪୫ ହାଓ୍ଵଡ଼ା -ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ

୦୬.୧୨୮୪୭ ହାଓ୍ଵଡ଼ା -ପୁନେ ଦୁରନ୍ତ ଏକ୍ସପ୍ରେସ

୦୭.୧୨୮୬୦ ହାଓ୍ଵଡ଼ା -ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସ ରହିଛି।

ସେହିପରି ସଂଲଗ୍ନ ଟ୍ରେନ ବାତିଲ ଯୋଗୁଁ ପୁରୀରୁ ବାତିଲ ହେଉଥିବା ଟ୍ରେନ ମଧ୍ୟରେ ୨୨୮୯୦ ପୁରୀ-ଦିଘା ଏକ୍ସପ୍ରେସ ରହିଥିବା ବେଳେ ଆସନ୍ତାକାଲି ପୁରୀରୁ ୫୮୦୦୨ ପୁରୀ-ସଂତ୍ରାଗାଛି ପାସେଞ୍ଜର ଓ ୫୮୪୦୪ ପୁରୀ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ବାତିଲ ହୋଇଛି।

ଆଜି ପୁରୀରୁ ଛାଡିଥିବା ଶତାବ୍ଦୀ ଏକ୍ସପ୍ରେସ ହାଓ୍ଵଡ଼ା ପରିବର୍ତ୍ତେ ଖଡ଼ଗପୁରରୁ ଫେରିବ ଏବଂ ଖଡ଼ଗପୁର ଓ ହାଓ୍ଵଡ଼ା ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ । ସେହିପରି ଆଜି ଭୁବନେଶ୍ୱରରୁ ଛାଡିଥିବା ଜନଶତାବ୍ଦୀ ଏକ୍ସପ୍ରେସ ହାଓ୍ଵଡ଼ା ପରିବର୍ତ୍ତେ ମେଛେଦାଠାରୁ ଫେରିବ । ମେଛେଦା ଓ ହାଓ୍ଵଡ଼ା ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ।

ମଧ୍ୟବର୍ତ୍ତୀ ଷ୍ଟେସନମାନଙ୍କରେ ନିୟନ୍ତ୍ରିତ ହୋଇଥିବା ଟ୍ରେନ :

୦୧.ଚେନ୍ନାଇ-ହାଓ୍ଵଡ଼ା କରମଣ୍ଡଳ ଏକ୍ସପ୍ରେସ ପାନ୍‌ସକୁରାରେ ରହିବ।

୦୨.ଯଶୋବନ୍ତପୁର-ହାଓ୍ଵଡ଼ା ଦୁରନ୍ତ ଏକ୍ସପ୍ରେସ ଭଦ୍ରକରେ ରହିବ।

୦୩.ସିକନ୍ଦରାବାଦ-ହାଓ୍ଵଡ଼ା ଫଲକନାମା ଏକ୍ସପ୍ରେସ ଯାଜପୁର କେନ୍ଦୁଝର ରୋଡ଼ରେ ରହିବ।

୦୪.ପୁରୀ-ହାଓ୍ଵଡ଼ା ଧଉଳି ଏକ୍ସପ୍ରେସ କଟକରେ ରହିବ।

ସମ୍ବନ୍ଧିତ ଖବର