ଜଗତସିଂହପୁର : ସମୁଦ୍ରରେ ନିଖୋଜ ହୋଇଯାଇଥିବା ୮ ଜଣ ମତ୍ସ୍ୟଜୀବୀଙ୍କୁ ଭାରତୀୟ ତଟରକ୍ଷୀ ବାହିନୀ ଉଦ୍ଧାର କରିଛି। ଗତ ଜୁନ୍ ୨୧ ତାରିଖରେ ସେମାନେ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲେ। ସେମାନେ ନେଇଥିବା ଆଇଏନଡିଏପିଇ-୨ଏମଏମ-୭୩୫ ବୋଟ୍ଟି ହଠାତ୍ ୨୬ ଜୁନ୍ରେ କେଉଁଆଡେ ନିଖୋଜ ହୋଇଯାଇଥିଲା। ବୋଟ୍ ମାଲିକ ସେମାନଙ୍କ ସହ ଯୋଗାଯୋଗ କରିପାରି ନ ଥିଲେ। ଗତ ୫ ତାରିଖ ଦିନ ଏ ସମ୍ପର୍କରେ ତଟରକ୍ଷୀ ବାହିନୀକୁ ଖବର ଦିଆଯାଇଥିଲା। ତା’ ପରଦିନ, ଅର୍ଥାତ୍ ଜୁନ୍ ୬ ତାରିଖ ଦିନ ତଟରକ୍ଷୀ ବାହିନୀର ସିଜିଏସ୍ ସରୋଜିନୀ ନାଇଡ଼ୁ ନିଖୋଜ ମତ୍ସ୍ୟଜୀବୀମାନଙ୍କୁ ଅଥଳ ସମୁଦ୍ରରେ ଖୋଜିବା ପାଇଁ ବାହାରିଥିଲା। ପ୍ରବଳ ବଷା ଓ ପବନ ସତ୍ତ୍ବେ ତଟରକ୍ଷୀ ବାହିନୀ ନିଖୋଜ ମତ୍ସ୍ୟଜୀବୀମାନଙ୍କୁ ଠାବ କରିଥିଲା। ସେମାନଙ୍କୁ ଖାଦ୍ୟ ଓ ପିଇବା ପାଣି ଯୋଗାଇବା ସହ ଆଜି ସକାଳ ୭ଟା ୧୫ରେ ସାଥୀରେ ଧରି ପାରାଦୀପ ମାଛଧରା ବନ୍ଦରରେ ପହଞ୍ଚିଥିଲା। କୂଳରେ ପହଞ୍ଚିବା ପରେ ସେ ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଥିବାରୁ ଛାଡ଼ି ଦିଆଯାଇଥିଲା। ପ୍ରତିକୂଳ ପାଗ ସତ୍ତ୍ବେ ତଟରକ୍ଷୀ ବାହିନୀର ଏହି ସାହସିକ ପଦକ୍ଷେପକୁ ସବୁ ମହଲରୁ ପ୍ରଶଂସା କରାଯାଇଛି।
୮ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ତଟରକ୍ଷୀ ବାହିନୀ
/sambad/media/post_attachments/wp-content/uploads/2019/07/Indian-Coast-Guard-GD-Tech-Law-AC.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)