ପାରାଦୀପ : ପାରାଦୀପ ବନ୍ଦରରେ ତିନି ନମ୍ବର ବିପଦ ସଙ୍କେତ ଦିଆଯିବା ସତ୍ତେ୍ଵ ଦୁଇଟି ବୋଟ୍ ମାଛ ଧରିବା ପାଇଁ ଅଶାନ୍ତ ସମୁଦ୍ର ମଧ୍ୟକୁ ଯାଇ ନିଖୋଜ ହୋଇଯାଇଥିଲେ। ଖବର ପାଇ ଭାରତୀୟ ତଟରକ୍ଷୀ ବାହିନୀ ସମୁଦ୍ରରେ ଦୀର୍ଘ ସମୟ ପରିଶ୍ରମ ପରେ ଦୁଇଟି ବୋଟ୍ ଓ ୧୪ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଲଘୁଚାପ ବାତ୍ୟା ରୂପ ନେଉଥିବା ନେଇ ପାରାଦୀପରେ ସୂଚନା ଦିଆଯିବା ସହ ସମୁଦ୍ର ଭିିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଥିଲା। ତେବେ, ‘ନିର୍ମାଣ-୬’ ଓ ‘ଓମ୍ ମା ପାର୍ବତୀ’ ନାମକ ଦୁଇଟି ମାଛଧରା ଡଙ୍ଗା ସମୁଦ୍ର ମଧ୍ୟକୁ ଚାଲି ଯାଇଥିଲେ। ଉଭୟ ବୋଟ୍ରେ ୭ ଜଣ ଲେଖାଏଁ କରି ମୋଟ୍ ୧୪ ମତ୍ସ୍ୟଜୀବୀ ରହିଥିଲେ। ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ସୂଚନା ପାଇ ତଟରକ୍ଷୀ ବାହିନୀ ପକ୍ଷରୁ ତୁରନ୍ତ ସି.ଜି.ଏସ୍ ସୁଜୟ ଜାହାଜକୁ ସେମାନଙ୍କୁ ଖୋଜିବା ପାଇଁ ପଠାଯାଇଥିଲା। ସମୁଦ୍ର ଅଶାନ୍ତ ଥିବା ସତ୍ତେ୍ଵ ସୁଜୟରେ ଥିବା ଅଧିକାରୀ ଓ ନାବିକମାନେ ଏହି ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ।