ମାଲେସିଆ ଜାହାଜ ଅଟକିବା ଘଟଣା : ଯାଞ୍ଚ କଲା କୋଷ୍ଟଗାର୍ଡ ଟିମ୍‌

ବ୍ରହ୍ମଗିରି : ଯାନ୍ତ୍ରିକ ତ୍ରୁଟି ଯୋଗୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଚିଲିକାର ରାଜହଂସ ନିକଟ ସମୁଦ୍ରକୂଳରେ ୧୮ ଦିନ ହେଲା ଅଟକି ରହିଥିବା ମାଲେସିଆ ପଣ୍ୟବାହୀ ଜାହାଜରୁ ତେଲ କାଢ଼ିବା ପାଇଁ ଆଜି କୋଷ୍ଟଗାର୍ଡର ଦୁଇ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ଏହି ଟିମ୍‌ ଜାହାଜର ପାରିପାଶ୍ର୍ବିକ ସ୍ଥିତି ଅନୁଧ୍ୟାନ କରିବା ସହ ଜାହାଜ ଭିତରକୁ ଯାଇ ୩ ଘଣ୍ଟା ଧରି ଯା‌ଞ୍ଚ କରିଥିଲେ। ତେଲକୁ କିପରି ସୁରକ୍ଷିତ ଭାବେ ବାହାର କରାଯାଇପାରିବ ସେ ନେଇ ଏହି ଟିମ୍‌ ଟିକିନିଖି ଯାଞ୍ଚ‌ କରିଛି। ଅନ୍ୟପକ୍ଷରେ ଜାହାଜ କଣ୍ଟେନରରେ ୫ ଫୁଟ୍‌ର ଅଧିକ ଫାଟ ସୃଷ୍ଟି ହୋଇଥିବାରୁ ଏହା ଭିତରକୁ ପାଣି ପଶିବାକୁ ଲାଗିଲାଣି। ଫଳରେ ଧୀରେ ଧୀରେ ଏହାର ସ୍ଥିତି ବିଗିଡ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଚାରିପଟୁ ବାଲି ପୋତି ହେଉଥିବା ବେଳେ ଜାହାଜଟି ସମୁଦ୍ର ଆଡ଼କୁ ଢଳି ସାରିଲାଣି। ଫଳରେ ଏହା ଏବେ ସମୁଦ୍ରକୁ ଓଲଟି ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର