ଆସୁଛି ବାତ୍ୟା, ହାଇଆଲର୍ଟରେ ଉପକୂଳ ଜିଲ୍ଲା

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ୟସକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବାତ୍ୟାର ଚୂଡ଼ାନ୍ତ ଗତିପଥ ଜଣାପଡ଼ିନଥିଲେ ମଧ୍ୟ ଉପକୂଳବର୍ତ୍ତୀ ୧୦ ଜିଲ୍ଲାକୁ ହାଇ ଆଲର୍ଟରେ ରଖିଛନ୍ତି ରାଜ୍ୟ ସରକାର । ବାତ୍ୟା ମୁକାବିଲା ପାଇଁ ସବୁ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି । ଏହି ବାତ୍ୟା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକପରେ ପ୍ରତିକ୍ରିୟା ରଖିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ସେ କହିଛନ୍ତି, ବର୍ତ୍ତମାନ ୩୯ ମତ୍ସଜୀବୀ ସମୁଦ୍ର ଭିତରେ ଅଛନ୍ତି । ସେମାନଙ୍କୁ କାଲି ସୁଦ୍ଧା ଫେରାଇ ଆଣିବାକୁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି । ଭାରତୀୟ କୋଷ୍ଟ ଗାର୍ଡର ଦୁଇଟି ଉଡ଼ାଜାହାଜ ଓ ଜାହାଜ ମଧ୍ୟ ବଙ୍ଗୋପସାଗରରେ ପଇନ୍ତରା ମାରୁଛନ୍ତି ।

ଏହି ବୈଠକରେ ବିଭିନ୍ନ ବିଭାଗର ସଚିବ, ଏନଡିଆରଏଫର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହା ସହିତ ପ୍ରଭାବିତ ହେବାକୁ ଥିବା ୧୦ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଏହି ବୈଠକରେ ଯ଼ୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର