ପୁଲିସ କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ, ଜଣେ ଯବାନ ସହିଦ

ମାଲକାନଗିରି: ସୀମାନ୍ତ ସୁକମାରେ ଗତକାଲି ରାତିରେ ହଠାତ୍ ନୂତନ ପୁଲିସ କ୍ୟାମ୍ପରେ ସୁରକ୍ଷା ଦେଉଥିବା ଯବାନଙ୍କ ଉପରେ ନକ୍ସଲ ଅତର୍କିତ ଆକ୍ରମଣ କରିଥିଲେ, ଯାହାଫଳରେ ଜଣେ ଯବାନ ସହିଦ ହୋଇଥିବା ଜଣାପଡିଛି। ଆଜି ସହିଦ ଯବାନଙ୍କୁ ଜଗଦଲପୁର ଠାରେ ସଲାମୀ ସହ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ତାଂକ ପୈତୃକ ଘରକୁ ସହିଦଙ୍କ ଶବକୁ ପଠାଯାଇଛି।

ମଙ୍ଗଳବାର ରାତିରେ ସୁକମା ଜିଲ୍ଲାର ଡବ୍ବାକୋଟା ଠାରେ ନୂତ ପୁଲିସ କ୍ୟାପ ପ୍ରତିଷ୍ଠା କରିବା ନେଇ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ଏହାକୁ ୨୨୨ କୋବ୍ରା ବାଟାଲିୟନର ଯବାନମାନେ ସୁରକ୍ଷା ପ୍ରଦନ କରୁଥିଲେ। ତେବେ ନକ୍ସଲ ହଠାତ୍ ଯବାନଙ୍କ ଉପର୍ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ପ୍ରାୟ ଅଧ ଘଣ୍ଟା ଧରି ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟରେ ମହମ୍ମଦ ସୁଲେମାନ ନାମକ ଜଣେ ଯବାନ ଗରୁତର ଆହତ ହୋଇଥିଲେ। ତୁରନ୍ତ ତାଂକୁ ଜବଦଲପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ମେଡିକାଲରେ ଡାକ୍ତର ତାଂକୁ ମୃତ ଘୋଷଣା କରିଥିଲେ।

ସୁଲେମାନ କେରଳର ପାଲକକଡ ଗ୍ରାମର ବାସିନ୍ଦା ବୋଲି ପୁଲିସ କହିଛି। ଗତ କିଛି ଦିନ ତଳେ ପଶ୍ଚିମ ବସ୍ତର ଡିଭିଜନର ମାଓ ନେତା ମୋହନ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଥିଲା ଯେ ଗତ ୨୬ ତାରିଖରେ ପୁଲିସ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ମାଓ ସଂଗଠନର ୪ ଜଣ କମ୍ରେଡ ସହିଦ ହୋଇଥିଲେ। ତେବେ ଏଥିରେ ବିଚଳିତ ହୋଇ ନକ୍ସଲ ଏହାର ପାଲଟା ଜବାବ ଦେବାକୁ ପ୍ରସ୍ତୁତ ହେଉଥିଲେ, ଯେଉଁ ନକ୍ସଲ ଏହି ଗୁଳିବନିମୟରେ ମୃତ୍ୟୁବରଣ କରିଥିଲେ ସେମାନେ ହେଲେ ଅୟାମ ମନ୍ତ୍ରୀ, ଅପକା ମଙ୍ଗଳୀ, ମାଡବି ଲାଲ ଏବଂ ମାଡକାମ ସୁକରାମ। ଏମାନେ ଏରିଆ କମିଟି ମେମ୍ବର ଥିଲେ।ତେବେ ସହିଦଙ୍କ ଶବକୁ ତାଂକ ପୈତୃକ ଗ୍ରାମକୁ ପଠାଯାଇଥିବା ପୁଲିସ କହିଛି। ଆଇଜି ସୁନ୍ଦର ରାଜ ପିଙ୍କ କହିବା ଅନୁଯାୟୀ ନକ୍ସଲ ଏବଂ ଦୁର୍ବଳ ହେବାକୁ ଲାଗିଲେଣି। ଲଗାତାର ସୁକମା ଅଂଚଳରେ ପୁଲିସ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ସଂଗଠନ ପଛକୁ ଯିବାକୁ ବାଧ୍ୟ ହୋଇଛି। ତେଣୁ ଏହି କ୍ୟାମ୍ପକୁ ସେମାନେ ବିରୋଧ କରି ଏହାକୁ ଏଠାରେ ନକରାଇ ଦେବାକୁ ଚେଷ୍ଟା କରୁଛନ୍ତି।

ସମ୍ବନ୍ଧିତ ଖବର