ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସାରା ରାଜ୍ୟରେ ଲାଗିଥିବା ଆଦର୍ଶ ଆଚରଣ ବିଧି ୨୮ତାରିଖରୁ ଉଠିଯାଇଛି। ଏବେ ପୌର ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ହେଲେ ଏହା କେବଳ ନିର୍ବାଚନ ହେଉଥିବା ୧୦୬ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମ ଅଞ୍ଚଳରେ ଲାଗୁ ହୋଇଛି। କୌଣସି ଗ୍ରାମାଞ୍ଚଳରେ ଆଦର୍ଶ ଆଚରଣ ବିଧି ଲାଗୁ ହେବନି ବୋଲି ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗ୍ରାମାଞ୍ଚଳରେ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ଓ ସରକାରୀ ଯୋଜନା କାର୍ଯ୍ୟକାରୀ ହୋଇପାରିବ।
ସେହିପରି ପୌର ସଂସ୍ଥା ଓ ମହାନଗର ନିଗମ ଅଧୀନରେ ଥିବା ପୌର ସଂସ୍ଥାର କର୍ମଚାରୀ, ଉନ୍ନୟନ କର୍ତ୍ତୃପକ୍ଷଙ୍କ କର୍ମଚାରୀ, ଆଞ୍ଚଳିକ ଉନ୍ନତୀକରଣ ଟ୍ରଷ୍ଟର କର୍ମଚାରୀଙ୍କ ପାଇଁ ବି ଆଦାଁ ଆଚରଣ ବିଧି ଲାଗୁ ହୋଇଛି ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/eco-ffff.jpg)