ବରଗଡ଼ ସବ୍‌ ଜେଲ୍‌ ପରିସରରୁ ବିପୁଳ ପରିମାଣରେ କଫ୍‌ ସିରଫ୍‌ ଜବତ

ବରଗଡ଼: ବରଗଡ଼ ସବ୍‌ ଜେଲ୍‌ ପରିସରରୁ ବିପୁଳ ପରିମାଣରେ କଫ୍‌ ସିରଫ ଜବତ ହୋଇଛି। ଜେଲ୍‌ କର୍ମଚାରୀ ଆକାଶ ସିନ୍ଦିରୀୟାଙ୍କ ଜେଲ ପରିସରରେ ଥିବା ସରକାରୀ କୋଠାଘରରେ ପାଖାପାଖି ୧୫ରୁ ଊର୍ଦ୍ଧ୍ଵ ପେଟି କଫ୍‌ସିରଫ ଜବତ କରାଯାଇଛି। ଏନେଇ ଆକାଶ ସିନ୍ଦିରୀୟା ଓ ତାଙ୍କ ସ୍ତ୍ରୀଙ୍କୁ ଟାଉନ ଥାନା ପୁଲିସ ଅଟକ ରଖିଥିବା ଜଣାଯାଇଛି। ଜେଲ ଅଧିକାରୀ ଏ ଘଟଣା ବାବଦରେ କିଛି ସୂଚନା ଦେବା ପାଇଁ ମନା କରିଥିଲେ।

ସମ୍ବନ୍ଧିତ ଖବର