‘ମୋ ସ୍କୁଲ’କୁ ପୂରିଲା ୪ ବର୍ଷ: ପୁରାତନ ଛାତ୍ରଛାତ୍ରୀଙ୍କ ଉପରେ ପର୍ଯ୍ୟବସିତ ପତ୍ରିକା ‘ବ୍ୟାକ୍‌ ଟୁ ସ୍କୁଲ’ ଉନ୍ମୋଚିତ

ଭୁବନେଶ୍ବର: ଶିଶୁ ଦିବସରେ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଆଜି ୪ ବର୍ଷ ପୂରଣ କରିଛି। ଏହି ଅବସରରେ ଏକ କଫି ଟେବୁଲ୍‌ ବୁକ୍‌ ଓ ପୁରାତନ ଛାତ୍ରଛାତ୍ରୀଙ୍କ ଉପରେ ପର୍ଯ୍ୟବେସିତ ‘ବ୍ୟାକ୍‌ ଟୁ ସ୍କୁଲ’ ନାମକ ସ୍ବତନ୍ତ୍ର ପୁସ୍ତିକାକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଉପସ୍ଥିତ ଅତିଥିମାନେ ଉନ୍ମୋଚନ କରିଛନ୍ତି। ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ମୋ ସ୍କୁଲ କାର୍ଯ୍ୟକ୍ରମ ଆଜି ଯେଉଁ ସ୍ତରରେ ପହଞ୍ଚିଛି ତାହାର ସମସ୍ତ ଶ୍ରେୟ ପୁରାତନ ଛାତ୍ରଛାତ୍ରୀଙ୍କର। ସେମାନଙ୍କ ପାଇଁ ବିଦ୍ୟାଳୟର ରୂପ ପରିବର୍ତନ ହେଉଛି। ଆଗାମୀ ଦିନରେ ମୋ ସ୍କୁଲ କାର୍ଯ୍ୟକ୍ରମ ସମସ୍ତ ବିଦ୍ୟାଳୟରେ ପହଞ୍ଚିବ। ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ସରକାରୀ ସ୍କୁଲଗୁଡ଼ିକ ଯେପରି ବିଶ୍ବସ୍ତରୀୟ ହୋଇପାରିବ ସେ ଦିଗରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।

ସମ୍ବନ୍ଧିତ ଖବର