ଭୁବନେଶ୍ୱର : ପୁଣି ଫେରିଲା ଜାଡ଼। ଉପକୂଳ ଓଡ଼ିଶାକୁ ଛାଡ଼ି ଅନ୍ୟ ସବୁ ଆଡ଼େ ସର୍ବନିମ୍ନ ତାପମାତ୍ରା ପୁଣିଥରେ ୧୦ ଡିଗ୍ରି ତଳକୁ ଖସି ଆସିଛି। ଫୁଲବାଣୀର ତାପମାତ୍ରା ୩ ଡିଗ୍ରି ତଳକୁ ଖସି ଚଳିତ ବର୍ଷର ରେକର୍ଡ ଭାଙ୍ଗିଛି। ଗତକାଲି ଏଠାରେ ୩.୫ ଡିଗ୍ରି ରହିଥିଲା। ଫୁଲବାଣୀ ସହର ସମେତ ଜିଲ୍ଲାର ବେଲଘର, ଜି ଉଦୟଗିରି ଆଦି ସ୍ଥାନରେ ଅସହ୍ୟ ଜାଡ଼ ଅନୁଭୂତ ହେଉଛି। ଏଠାରେ ହାଲ୍କା ତୁଷାରପାତ ବି ହେଉଛି। ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଉପରେ ରହିଥିଲେ ମଧ୍ୟ ରାତିରେ ଘନ କୁହୁଡ଼ି ଜାରି ରହିଛି। ପଶ୍ଚିମ ଓଡ଼ିଶାରେ ବି ୨ରୁ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ଘଟିଛି। ଉତ୍ତର ଓ ଦକ୍ଷିଣ ଓଡ଼ିଶାର ତାପମାତ୍ରା ସ୍ୱାଭାବିକଠାରୁ କମ୍ ରହିଛି। ଦକ୍ଷିଣ ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏହି ସ୍ଥିତିରେ କୌଣସି ପରିବର୍ତନ ହେବ ନାହିଁ। ୨୨ ଓ ୨୩ ତାରିଖରେ ଥଣ୍ଡାର ମାତ୍ରା ସାମାନ୍ୟ ହ୍ରାସ ପାଇବ। ହେଲେ ଘନ କୁହୁଡ଼ି ପଡ଼ିବ।
ଜାଡ଼ ଫେରିଲା, ରେକର୍ଡ ଭାଙ୍ଗିଲା
ଫୁଲବାଣୀର ତାପମାତ୍ରା ୩ ଡିଗ୍ରି ତଳକୁ ଖସିଲା
/sambad/media/post_attachments/wp-content/uploads/2018/01/cold-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)