ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଥିବାବେଳେ ଆଜି ରାତିରୁ ରାଜ୍ୟରେ ଶୀତ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Advertisment

ରାତିର ତାପମାତ୍ରା ପ୍ରାୟ ୪ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।  ଭୁବନେଶ୍ୱର ତଥା  ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ନଭେମ୍ବର ୨୮ ତାରିଖ ଗୁରୁବାର ରାତିରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ରାତିର ତାପମାତ୍ରା ଅଧିକ ରହିବ ଓ ଶୀତ କମିବ।

ଡିସେମ୍ବର ୩ ତାରିଖରେ ରାତି ତାପମାତ୍ରା ପୁଣି ୨ ଡିଗ୍ରି କମିବାର ସମ୍ଭାବନା ରହିଛି ।  ସେହିପରି ଡିସେମ୍ବର ୪, ୫ ଓ ୬ ତାରିଖରେ ରାତିର ତାପମାତ୍ରା ଏଭଳି ରହିବାର ସମ୍ଭାବନା ରହିଛି ।  

ନଭେମ୍ବର ୩୦ ତାରିଖ ରାତିରେ  ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ରାତିର ତାପମାତ୍ରା  ୩ ଡିଗ୍ରି ବଢ଼ିବ। ଡିସେମ୍ବର ୧ ତାରିଖରେ ପୁଣି  ୨ ଡିଗ୍ରି କମିବ । ଡିସେମ୍ବର ୫ ତାରିଖ  ଯାଏ ଏଭଳି ତାପମାତ୍ରା ରହିବ ବୋଲି  ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଅଧିକ ପଢ଼ନ୍ତୁ: ସମସ୍ତ କ୍ବାରି ସାଇଡରେ ସିସିଟିଭି ଲଗାଇବାକୁ କଡ଼ା ନିର୍ଦ୍ଦେଶ

ଡିସେମ୍ବର ୧ ତାରିଖ ଯାଏ ଦିନର ପାଗ  କୋହଲା ରହିବାର ସମ୍ଭାବନା ରହିଛି । ଆସନ୍ତା  ୭ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି  ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। 

ଅଧିକ ପଢ଼ନ୍ତୁ: ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ: ଜଣେ ମୃତ, ୩ ଆହତ