ଆଗାମୀ ୨୪ ଘଣ୍ଟା ପରେ ରାଜ୍ୟରେ କମିବ ଶୀତ

୧୧ଡିଗ୍ରୀ ତାପମାତ୍ରା ସହ ଆଜି ବି ଦାରିଙ୍ଗବାଡିରେ ଅଧିକ ଥଣ୍ଡା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଶୀତ ବଢ଼ିବାରେ ଲାଗିଛି | ରାଜ୍ୟରେ ୬ଟି ସହରରେ ୧୫ ଡ଼ିଗ୍ରୀ ତଳେ ରାତ୍ରି ତାପମାତ୍ରା ରହିଛି | ୧୧ଡ଼ିଗ୍ରୀ ସହ ଆଜି ବି ଦାରିଙ୍ଗବାଡିରେ ସବୁଠାରୁ ଅଧିକ ଥଣ୍ଡା ହୋଇଥିବାବେଳେ ଫୁଲବାଣୀରେ ୧୩.୨ ଡିଗ୍ରୀ, ଟିଟିଲାଗଡରେ ୧୪.୫ ଡିଗ୍ରୀ, ଝାରସୁଗୁଡାରେ ୧୪.୬ ଡିଗ୍ରୀ, କେନ୍ଦୁଝରେ ୧୪.୮ ଡିଗ୍ରୀ ଏବଂ ସୋନପୁରରେ ୧୪.୯ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି |


ସେହିପରି ଭୁବନେଶ୍ୱରରେ ୧୮.୫ ଡିଗ୍ରୀ, କଟକରେ ୧୮.୪ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି | ସେହିପରି ଆଗାମୀ ୨୪ ଘଣ୍ଟା ପରେ ଧୀରେ ଧୀରେ ରାତ୍ରି ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ବଢିବାର ସମ୍ଭାବନା ସହ ଶୀତର ପ୍ରକୋପ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି |

 

ସମ୍ବନ୍ଧିତ ଖବର