ସାରା ରାଜ୍ୟରେ ପ୍ରବଳ ଶୀତ, ଜାଣନ୍ତୁ କେଉଁ ସ୍ଥାନର ସର୍ବନିମ୍ନ ତାପମାତ୍ରା କେତେ

ଭୁବନେଶ୍ୱର: ଆଜି ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ଜଣାଯାଇଛି। ତେବେ ରାଜ୍ୟର ସୋନପୁର ଜିଲ୍ଲାରେ ସବୁଠୁ ଅଧିକ ଅନୁଭୂତ ହେଉଛି। ଆଜି ସକାଳ ସାଢ଼େ ୮ଟା ବେଳକୁ ଏଠାକାର ସର୍ବନିମ୍ନ ତାପମାତ୍ରା ଥିଲା ୪ ଡିଗ୍ରି ସେଲସି୍ଅସ୍।

ଏହାଛଡ଼ା ଆଜି ରାଜ୍ୟର ୯ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି। ପ୍ରାପ୍ତ ସୂଚନା ଅନୁଯାୟୀ, କେନ୍ଦୁଝରରେ ୫.୬ ଡିଗ୍ରି ସେଲସି୍ଅସ୍, ଝାରସୁଗୁଡ଼ାରେ ୫.୮ ଡିଗ୍ରି ସେଲସି୍ଅସ୍,  ଦାରିଙ୍ଗିବାଡ଼ିରେ ୭ ଡିଗ୍ରି ସେଲସି୍ଅସ୍, ସମ୍ବଲପୁରରେ ୭.୪ ଡିଗ୍ରି ସେଲସି୍ଅସ୍, ବାଲେଶ୍ୱରରେ ୭.୬ ଡିଗ୍ରି ସେଲସି୍ଅସ୍, କଟକରେ ୯.୬ ଡିଗ୍ରି ସେଲସି୍ଅସ୍, ହୀରାକୁଦରେ ୯.୮ ଡିଗ୍ରି ସେଲସି୍ଅସ୍ , ଟିଟଲାଗଡ଼ରେ ୭ ଡିଗ୍ରି ସେଲସି୍ଅସ୍ ଓ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୧୨ ଡିଗ୍ରି ସେଲସି୍ଅସ୍ ତାପମାତ୍ରା ରହିଛି।

ଆଜି ରାଜ୍ୟର କେତେକ ସ୍ଥାନରେ ତୁଷାରପାତ ହୋଇଥିବାର ସୂଚନା ମିଳିଛି। ଝାରସୁଗୁଡ଼ା ଜିଲ୍ଲାର ଲଇକେରା ଓ ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ାରେ ତୁଷାରପାତ ହୋଇଥିବାର ସୂଚନା ମିଳିଛି। ଆଜି ସକାଳେ ରାଉରକେଲା ଓ ସୁନ୍ଦରଗଡ଼ରେ ବି ଅସହ୍ୟ ଥଣ୍ଡା ଅନୁଭୂତ ହୋଇଛି ।
ଠିକ୍ ସେହିପରି କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ ଆସେଇଁକଳା ଗ୍ରାମପଞ୍ଚାୟତର ପୁଟୁଙ୍ଗାରେ ପାଳ ଗଦା ଉପରେ ତୁଷାରପାତ ହୋଇଥିବାର ଦେଖିବାକୁ ମିଳିଛି। କାଞ୍ଜିପାଣି ଘାଟିରେ ବି ତୁଷାରପାତ ହୋଇଥିବାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର