ଝାରସୁଗୁଡା/ଲଇକେରା/କେନ୍ଦୁଝର/ସୁନ୍ଦରଗଡ଼: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଖବର ମିଳିଛି । ଝାରସୁଗୁଡ଼ା, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇବା ପରେ କେତେକ ଅଂଚଳରେ ତୁଷାରପାତର ଚିତ୍ର ସାମ୍ନାକୁ ଆସିଛି। ଝାରସୁଗୁଡ଼ା ଜିଲ୍ଲାରେ ଗତ ଦୁଇ ଦିନ ହେଲା ପ୍ରବଳ ଶୀତ ଲହରୀ ଅନୁଭୂତ ହେଉଛି। ସାରା ଜିଲ୍ଲା ଶୀତରେ ଥରୁଛି । ଶନିବାର ସକାଳେ ଲଇକେରା ଅଞ୍ଚଳରେ କିଛି ସ୍ଥାନରେ ତୁଷାରପାତ ହୋଇଥିବା ଜଣାଯାଇଛି ।
/sambad/media/post_attachments/wp-content/uploads/2019/12/tusarapata.9jpg.jpg)
ଗତକାଲି ସନ୍ଧ୍ୟାରୁ ଥଣ୍ଡା ପବନ ବହିବା ସାଙ୍ଗକୁ ଶୀତ ଲହରୀ ଓ ଘନ କୁହୁଡ଼ି ଜନ ଜୀବନକୁ ଅସ୍ତ୍ୟବ୍ୟସ୍ତ କରିପକାଉଛି । ଚଳିତ ବର୍ଷର ଏହି ଶୀତ ପୂର୍ବ ବର୍ଷମାନଙ୍କର ରେକର୍ଡ ଭାଙ୍ଗିଛି ବୋଲି କୁହାଯାଇଛି । ଶନିବାର ସକାଳୁ ୮ ଡିଗ୍ରିରୁ ବି କମ୍ ତାପମାତ୍ରା ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଜିଲ୍ଲାର ଲଇକେରା ବ୍ଲକ ଅଞ୍ଚଳରେ ଅଧିକ ଶୀତ ଅନୁଭୂତ ହୋଇଥାଏ। ଆଜି ସକାଳୁ ଧାନ କ୍ଷେତଗୁଡିକରେ ପତଳା ବରଫ ଆବରଣ ଦେଖିବାକୁ ମିଳିଥିଲା । ଏହାକୁ ଦେଖିବାକୁ ଜନସାଧାରଣରେ ଉତ୍ସାହ ଦେଖାଯାଇଥିଲା ।
/sambad/media/post_attachments/wp-content/uploads/2019/12/tusarapata.jpg)
ବିଶିଷ୍ଟ ପରିବେଶବିତ ଡ. ଧ୍ରୁବରାଜ ନାଏକ କହିଛନ୍ତି ଯେ, ଚଳିତ ବର୍ଷ ଆଜିର ଏହି ଶୀତ ସର୍ବାଧିକ ଅନୁଭୂତ ହୋଇଛି । ଆଗାମୀ ଦିନରେ ଶୀତ ଆହୁରି ବଢ଼ିପାରେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ସୁନ୍ଦରଗଡ଼ର କୋଇଡ଼ାରେ ବି ତୁଷାରପାତ ହୋଇଥିବାର ସୂଚନା ମିଳିଛି।ସେଠାରେ ତାପମାତ୍ରା ୩ ଡିଗ୍ରି ତଳକୁ ଖସିଥିବା କୁହାଯାଉଛି। ଆଜି ସକାଳେ ରାଉରକେଲା ଓ ସୁନ୍ଦରଗଡ଼ରେ ବି ଅସହ୍ୟ ଥଣ୍ଡା ଅନୁଭୂତ ହୋଇଛି ।
/sambad/media/post_attachments/wp-content/uploads/2019/12/tusarapata.90jpg.jpg)
ଠିକ୍ ସେହିପରି କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ ଆସେଇଁକଳା ଗ୍ରାମପଞ୍ଚାୟତର ପୁଟୁଙ୍ଗାରେ ପାଳ ଗଦା ଉପରେ ତୁଷାରପାତ ହୋଇଥିବାର ଦେଖିବାକୁ ମିଳିଛି। କାଞ୍ଜିପାଣି ଘାଟିରେ ବି ତୁଷାରପାତ ହୋଇଥିବାର ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Cold-Weather-in-Odisha_Thumbnail.jpg)