ଓଡ଼ିଶାକୁ ଫେରିଲା ଶୀତ, ସୋନପୁର ରାଜ୍ୟର ସବୁଠାରୁ ଥଣ୍ଡା ସହର

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିଛି ଶୀତ । ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା । ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଆଜି ସୋନପୁର ରାଜ୍ୟର ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହେଉଥିବା ସହର ବିବେଚିତ ହୋଇଛି । ସୋନପୁରର ସର୍ବନିମ୍ନ ତାପମାତ୍ରା ରହିଛି ୪.୮ ଡିଗ୍ରି ସେଲସିଅସ୍ । ଆଜି ସକାଳ ସାଢ଼େ ୮ଟା ବେଳର ତାପମାତ୍ରା ଅନୁଯାୟୀ ୧୩ଟି ସହରର ପାରଦ ୧୦ ଡିଗ୍ରି ସେଲସିଅସ୍ ତଳେ ରହିଛି । ଫୁଲବାଣୀର ତାପମାତ୍ରା ୫ ଡିଗ୍ରି ସେଲସିଅସ୍ ରହିଥିବା ବେଳେ ଅନୁଗୁଳର ତାପମାତ୍ରା ରହିଛି ୬ ଡିଗ୍ରି ସେଲସିଅସ୍, ଦାରିଙ୍ଗବାଡ଼ିର ତାପମାତ୍ରା ୭.୨ ଡିଗ୍ରି ସେଲସିଅସ୍ ରେକର୍ଡ ହୋଇଛି ।

ଟିଟିଲାଗଡ଼ର ତାପମାତ୍ରା ୬.୫ ଡିଗ୍ରି ସେଲସିଅସ୍, ଝାରସୁଗୁଡ଼ାର ୮.୪ ଡିଗ୍ରି ସେଲସିଅସ୍, କେନ୍ଦୁଝରଗଡ଼ର ୮.୮ ଡିଗ୍ରି ସେଲସିଅସ୍ ରହିଛି । ସେହିଭଳି ସମ୍ବଲପୁର, ବଲାଙ୍ଗୀର ଓ କୋରାପୁଟରେ ୯ ଡିଗ୍ରି ସେଲସିଅସ୍ ରେକର୍ଡ ହୋଇଛି । ଭବାନୀପାଟଣାରେ ୯.୩ ଡିଗ୍ରି ସେଲସିଅସ୍, ସୁନ୍ଦରଗଡ଼ରେ ୯.୫ ଡିଗ୍ରି ସେଲସିଅସ୍ ରେକର୍ଡ ହୋଇଥିବା ବେଳେ କଟକର ୧୦.୨ ଡିଗ୍ରି ସେଲସିଅସ୍ ଓ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୧୧.୩ ଡିଗ୍ରି ସେଲସିଅସ୍ ରେକର୍ଡ ହୋଇଛି । ରାଜ୍ୟରେ ଆଉ ୨ ଦିନ ଥଣ୍ଡା ଲାଗି ରହିବ ଏବଂ ତିନି ଦିନ ପରେ ତାପମାତ୍ରା ବଢିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ତେବେ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡ଼ିର ସିମନବାଡ଼ିରେ ତୁଷାରପାତ ହୋଇଥିବାର ଖବର ମିଳିଛି । ଶୀତ ଦାଉରୁ ରକ୍ଷା ପାଇବା ଲାଗି ଲୋକେ ନିଆଁର ସାହାରା ନେଉଥିବାର ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର