ଫାଇଲ୍‌ରେ ଶୀତଳ ଭଣ୍ଡାର, ଶସ୍ତା ଦରରେ ଦଲାଲମାନଙ୍କୁ ପରିବା ଟେକି ଦେଉଛନ୍ତି ଚାଷୀ

ବରଗଡ଼: କ୍ରମାଗତ ମରୁଡ଼ି ଯୋଗୁଁ ଜିଲ୍ଲାର ଚାଷୀଙ୍କ ମେରୁଦଣ୍ତ ଭା˚ଗି ଦେଇଛି। ବର୍ଷା ବ୍ୟତୀତ ରୋଗପୋକ ଆହୁରି ଦାଉ ସାଧୁଛି। ପାଣିପାଗରେ ଅସ୍ବଭାବିକ ପରିବର୍ତନ ଚକଡ଼ା ପୋକ ମାଡ଼ି ଯାଉଛି। ଅଦିିନିଆ ଝଡ଼ତୋଫାନ ଏବଂ କରକାମାଡ଼ ‌ଯୋଗୁଁ ଫଳନ୍ତି ଚାଷଜମି ଉଜୁଡ଼ି ଦେଉଛି। ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ବିକଳ୍ପ ଚାଷ ଉପରେ ଗୁରୁତ୍ବାରୋପ କରାଯାଉଛି। କିନ୍ତୁ ପରିବା ଚା‌ଷରେ ମଧ୍ୟ ଚାଷୀକୁ ଉଚିତ ପାଉଣା ମିଳୁନାହିଁ। ବଜାର ବ୍ୟବସ୍ଥା ଏବ˚ ଶୀତଳ ଭଣ୍ତାର ଅଭାବରୁ ଚାଷୀ ଦଲାଲଙ୍କ ହାତରେ ପଡ଼ି ଲୁଣ୍ଠିତ ହେଉଛନ୍ତି। ବରଗଡ଼ ଭଳି କୃଷିଭିତ୍ତିକ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ଶୀତଳ ଭଣ୍ତାର ଟିଏ ଖୋଲି ନପାରିବା ଚାଷୀଙ୍କ କଷ୍ଟକୁ ଦ୍ବିଗୁଣିତ କରିଛି।

୨୦୧୨-୧୩ ଆର୍ଥିକ ବର୍ଷରେ ବରଗଡ଼ରେ ଶୀତଳ ଭଣ୍ତାର ସ୍ଥାପନ କରିବାକୁ ପ୍ରସ୍ତାବ ହୋଇଥିଲା। ବର୍ଷବର୍ଷ ଗଡ଼ି ଗଲାଣି, ହେଲେ ଯୋଜନା କାର୍ଯ୍ୟକାରୀ ହୋଇପାରିନାହିଁ। ଫାଇଲ ଚାଷ ମଧ୍ୟରେ ଶୀତଳ ଭଣ୍ଡାର ଯୋଜନା ହଜିବାକୁ ଲାଗିଲାଣି। ତେବେ ବରଗଡ଼ ନିୟନ୍ତ୍ରିତ ବଜାର କମିଟି (ଆରଏମସି) ନିଜସ୍ବ ପାଣ୍ଠିରେ ଶୀତଳ ଭଣ୍ଡାର ନିର୍ମାଣ କରିବାକୁ ପୂର୍ବରୁ ରାଜ୍ୟ କୃଷି ବିପଣନ ପରିଷଦକୁ ପ୍ରସ୍ତାବ ଦେଇଛି। ଏଥିପାଇଁ ଡିପିଆର୍ ପଠାଇବାକୁ ମଧ୍ୟ ପରିଷଦକୁ ଅନୁରୋଧ କରାଯାଇଛି। କିନ୍ତୁ ସେଠାରୁ ନିର୍ମାଣ ପାଇଁ କିଛି ଅନୁମତି ଆସିନାହିଁ। ଶୀତଳ ଭଣ୍ଡାର ନିର୍ମାଣ ପୂର୍ବରୁ ଜିଲ୍ଲାସ୍ତରୀୟ ସମନ୍ବୟ କମିଟି ଗଠନ କରାଯିବ। ‌ହେଲେ କମିଟି ଗଠନ ପାଇଁ ମଧ୍ୟ ପରିଷଦ ଅନୁମତି ଦେଉନଥିବା ଜଣାପଡ଼ିଛି। ପରିଷଦ ଠାରୁ ବିଧିବଦ୍ଧ ପତ୍ର ଆସିବା ପରେ ହିଁ ଆର୍ଏମସି ନିର୍ମାଣ କାମ କରିବ। ଶୀତଳ ଭଣ୍ଡାର ପାଇଁ ଜମି ଚିହ୍ନଟ ସହ ମୃତ୍ତିକା ପରୀକ୍ଷା ସରିଛି। ହେଲେ ଉପରୁ ଅନୁମତି ଆସୁନଥିବାରୁ ଶୀତଳ ଭଣ୍ଡାର କାମ ଆଗେଇ ନାହିଁ। ଫଳରେ ବିକଳ୍ପ ବ୍ୟବସ୍ଥା ନଥିବାରୁ ନିଜ କଷ୍ଟୋପାର୍ଜିତ ପରିବାକୁ ଚାଷୀ ଅଭାବୀ ବିକ୍ରି ଆଶ˚କା କରି ଅତି ଶସ୍ତା ଦରରେ ଦଲାଲମାନଙ୍କୁ ଟେକି ଦେଉଛନ୍ତି। ଚାଷୀ ପରିବା ଆଣି ନିଜେ ବଜାରରେ ବିକ୍ରି କରିବା ମଧ୍ୟ ସମ୍ଭବ ହେଉନାହିଁ।

ବିଲରୁ ପରିବା ବାହାରିଲେ ଦଲାଲ ସେଗୁଡ଼ିକୁ ହାତେଇ ନେଉଛନ୍ତି। ସହର ଭିତରକୁ ଥିବା ପ୍ରବେଶ ପଥରେ ଦଲାଲମାନେ ସକାଳୁ ଭିଡ଼ ଜମାଉଛନ୍ତି। ଚାଷୀ ଆଣୁଥିବା ପରିବାକୁ ସେଠାରେ ହିଁ ଅତି ଶସ୍ତାଦରରେ ମୂଲଚାଲ କରି ନେଉଛନ୍ତି। ଦଲାଲମାନେ ମାଲେମାଲ ହେଉଥିବା ବେଳେ ଚାଷୀ କ˚ଗାଳ ହୋଇଯାଉଛି। ଜିଲ୍ଲାର ପଦ୍ମପୁରରର କିଛି ଭାଗ, ଗାଇସିଲାଟ୍‌, ଭଟଲି, ଝାରବନ୍ଧ ଓ ବିଜେପୁର ବ୍ଲକରେ ପାଖାପାଖି ୨ଶହ ହେକ୍ଟର ଜମିରେ ଚାଷୀ ନିୟମିତ ଟମାଟୋ ଚାଷ କରୁଛନ୍ତି। ଏହାବାଦ ବାଇଗଣ, ଲଙ୍କା, ପୋଟଳ ଏବ˚ କୋବି ବହୁ ମାତ୍ରାରେ ଚାଷ ହେଉଛି। ହେଲେ କ୍ଷେତରୁ ପରିବା ବାହାରିଲେ ଦଲାଲ ଓ ବଡ଼ ବେପାରୀଙ୍କ ହାବୁଡ଼ରେ ହିଁ ପଡ଼ୁଛି। ଜିଲ୍ଲାର ପନିପରିବା କାରବାର ବାହାର ଜିଲ୍ଲାର ବେପାରୀଙ୍କ ନିୟନ୍ତ୍ରଣରେ ରହିଆସୁଛି। ପାଣିଛତର, ବରାହଗୁଡ଼ା, କେନାଲ ଛକ, ରେ˚ଗାଲି କେମ୍ପ, ବିଜେପୁର, ଗାଇସିଲାଟ୍‌, ସୋହେଲା ଓ ଭଟଲି ଆଦି ସ୍ଥାନରେ ଥିବା ପରିବା ମଣ୍ତି ଜିଲ୍ଲା ବାହାର ବେପାରୀଙ୍କ କବ୍‌ଜାରେ। ପରିବା ଅମଳ ହେବା କ୍ଷଣି ବିଲ ପାଖକୁ ପିକ୍‌ଅପ୍‌ କିମ୍ବା ମିନିଟ୍ରକ୍‌ ପହ˚ଚି ଯାଉଛି। ସି˚ହଭାଗ ସଜ ପରିବା ସିଧାସଳଖ ଉପକୂଳ ଓଡ଼ିଶାକୁ ଚାଲାଣ ହେଉଛି। ରାଜଧାନୀରେ ଥିବା ବିଭିନ୍ନ ସପି˚ ମଲ୍‌ରେ ମଧ୍ୟ ବରଗଡ଼ ଜିଲ୍ଲାର ପରିବା ଚଢ଼ା ଦରରେ ବିକ୍ରି ହେଉଛି। ଅଥଚ ବର୍ଷ ତମାମ ଝାଳ ବୁହାଉଥିବା ଚାଷୀ ଅଭାବୀ ବିକ୍ରି ଯୋଗୁଁ ପରିବା ରାସ୍ତା ଉପରେ ଅଜାଡ଼ି ଦେଉଥିବା ନଜିର ରହିଛି।

ସମ୍ବନ୍ଧିତ ଖବର