ରେକର୍ଡ ଭାଙ୍ଗିଲା ଥଣ୍ଡା : ୧୦ ଡିଗ୍ରି ତଳେ ୧୩ ସହର

ପହିଲାରୁ ୨ଂ ଯାଏଁ ବଢ଼ିବ ତାପମାତ୍ରା, ଆହୁରି ସପ୍ତାହେ ଜାଡ଼

ଭୁବନେଶ୍ବର : ରାଜଧାନୀରେ ଥଣ୍ଡା ରେକର୍ଡ ଭାଙ୍ଗିଛି। ଆଜି ପାରଦ ୯.୫ଡିଗ୍ରିକୁ ଖସିଛି। ଯାହାକି ଗତ କିଛି ବର୍ଷ ମଧ୍ୟରେ ସବୁଠୁ ସର୍ବନିମ୍ନ ତାପମାତ୍ରା। ଗତ ସପ୍ତାହ ହେଲା ରାଜଧାନୀର ତାପମାତ୍ରା ୧୦ରୁ ୧୩ଡିଗ୍ରି ମଧ୍ୟରେ ରହୁଥିବା ବେଳେ ଆଜି ହଠାତ୍ ୧୦ଡିଗ୍ରି ତଳକୁ ଖସିଯାଇଛି।

ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରୁଛି ଆଉ ତିନିରୁ ଚାରିଦିନ ପର୍ଯ୍ୟନ୍ତ ରାଜଧାନୀବାସୀଙ୍କୁ ଜାଡ଼ରୁ ରକ୍ଷା ମିଳିବନି। ନୂ୍ଆବର୍ଷ ପହିଲାରୁ ତାପମାତ୍ରା ପ୍ରାୟ ୨º ବଢ଼ିବ। ଆସନ୍ତାକାଲିଠାରୁ ଏହା ଧୀରେ ଧୀରେ ବୃଦ୍ଧି ପାଇ ପହିଲା ବେଳକୁ ୧୨ºରେ ପହଞ୍ଚିପାରେ।

ପାଣିପାଗବିତ୍‌ ଶରତ ଚନ୍ଦ୍ର ସାହୁ କହିଛନ୍ତିି, ତାପମାତ୍ରା ବଢ଼ିଲେ ବି ଆଜି ଭଳି ଥଣ୍ଡା ଲାଗି ରହିବ। ଶୀତ ଏବେ କମିବନି। ବର୍ତମାନ ସାମୁଦ୍ରିକ ବାୟୁ ପ୍ରବାହିତ ହେଉନଥିବାରୁ ବାୟୁରେ ଜଳୀୟବାଷ୍ପ ଆଦୌ ନାହିଁ କହିଲେ ଚଳେ। ସେହିପରି ଦେଶର ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ବହୁଛି। ସମୁଦ୍ରରୁ ପବନ ବହୁନଥିବାରୁ ଏହା ଆଭ୍ୟନ୍ତରୀଣ ଅଞ୍ଚଳ ଦେଇ ସିଧାସଳଖ ଉପକୂଳ ଓଡ଼ିଶାରେ ପହଞ୍ଚୁଛି। ଫଳରେ ଜାଡ଼ ଲାଗି ରହିଛି।

ଡ. ସାହୁଙ୍କ ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୮ ତାରିଖ ବେଳକୁ ଥାଇଲାଣ୍ଡ ଆଡ଼ୁ ଏକ ଘୂର୍ଣ୍ଣିଝଡ଼ ବଙ୍ଗୋପସାଗର ମୁହାଁ ହୋଇଛି।

କିନ୍ତୁ ଏହା ଲଘୁଚାପ ହେଲେ ବି ବାଂଲାଦେଶ କି ମିଆଁମାର ଦିଗକୁ ଗତି କରିବାର ସମ୍ଭାବନା ଅଧିକ। ଏହାର ପ୍ରଭାବରେ ରାଜ୍ୟରେ ଥଣ୍ଡା ପବନ ବହିବାର ସମ୍ଭାବନା ରହିଛି। ବର୍ତମାନ ଆକାଶ ସଫା ରହିଛି। ତେବେ ସୂର୍ଯ୍ୟା‌େଲାକ ସେତେଟା ପ୍ରଖର ଅନୁଭୂତ ହେଉନାହିଁ। ଆରବ ମହାସାଗର ଦିଗରୁ ମଧ୍ୟ ବାୟୁ ପ୍ରବାହିତ ହେଉନଥିବାରୁ ଏହା ଥଣ୍ଡା ବଢ଼ିବାର ମୁଖ୍ୟ କାରଣ ସାଜିଛି।

ଆଜି ମଧ୍ୟ ରାଜ୍ୟର ୧୩ଟି ସହର‌େର ତାପମାତ୍ରା ୧୦ ଡିଗ୍ରି ତଳକୁ ରହିଛି। ଦାରିଙ୍ଗବାଡ଼ିରେ ତାପମାତ୍ରା ୬.୦ ଥିବା ବେଳେ ଭୁବନେଶ୍ବରରେ ୯.୫, କଟକରେ ୯.୪, ଅନୁଗୁଳରେ ୬.୬, କେନ୍ଦୁଝରରେ ୬.୯, ସୋନପୁର, ସୁନ୍ଦରଗଡ଼ ଓ ଫୁଲବାଣୀ‌େରେ ୭.୦, ଝାରସୁଗୁଡ଼ାରେ ୭.୭, ବାଲେଶ୍ବରରେ ୮.୫, ସମ୍ବଲପୁରରେ ୮.୧, ବଲାଙ୍ଗୀରରେ ୮.୫, ଏବଂ କୋରାପୁଟରେ ୮.୬ ଡିଗ୍ରି ସେଲସିୟସ ରହିଛି।

ସମ୍ବନ୍ଧିତ ଖବର