ଭୁବନେଶ୍ୱର: ସାରା ରାଜ୍ୟରେ ତିନିଚାରିଦିନ ହେବ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଥିଲା। ସୋମବାର ଠାରୁ ପାଖ ଶୁଖିଲା ରହିଛି। ବର୍ଷା ଛାଡ଼ିବା ପରେ ପୁଣି ଶୀତ ଫେରିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୬ଟି ଜିଲ୍ଲାରେ ଶୀତ ବଢ଼ିଯିବା ସହିତ ଥଣ୍ଡା ପବନ ବହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଅନୁଗୁଳ, ବାଲେଶ୍ୱର, ଝାରସୁଗୁଡ଼ା, ବଲାଙ୍ଗୀର ଓ ସମ୍ବଲପୁର ରହିଛି। ଏହି ସମସ୍ତ ଜିଲ୍ଲାକୁ ଶୀତ ଲହରି ପାଇଁ ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
India Todayସେହିପରି ସୋନପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ରାୟଗଡ଼ା ଓ ମାଲକାନଗିରି ଆଦି ଜିଲ୍ଲାକୁ କାକର ପାଇଁ ବି ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ ଫେବ୍ରୁଆରି ୧୧ରୁ ୧୨ ତାରିଖ ମଧ୍ୟରେ କଳାହାଣ୍ଡି, କନ୍ଧମାଳ ଓ କୋରାପୁଟ ଆଦି ଜିଲ୍ଲାକୁ ବି କାକର ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/826307-23185-uvqqtfyffx-1483980906.jpg)