ଆଗାମୀ ୪ ଦିନ ପର୍ଯ୍ୟନ୍ତ ଖସିବ ରାତିର ପାରଦ; ବଢ଼ିବ ଜାଡ଼

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଆଗାମୀ ୪ ରୁ ୫ ଦିନ ପର୍ଯ୍ୟନ୍ତ ଶୀତରୁ ନିସ୍ତାର ନାହିଁ। କାରଣ, ସଂପ୍ରତି ରାଜ୍ୟରେ ଜାରି ରହିଥିବା ଶୀତ ଲହରୀ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଅବ୍ୟାହତ ରହିବ ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ଏକ ସତର୍କ ସୂଚନାରେ କୁହାଯାଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମୟୂରଭଞ୍ଜ, ଅନୁଗୁଳ, ଝାରସୁଗୁଡା, ବରଗଡ, ସୁନ୍ଦରଗଡ, ଢ଼େଙ୍କାନାଳ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନୂଆପଡା ଓ ନବରଙ୍ଗପୁର ଜିଲ୍ଲାରେ ରାତିର ତାପମାତ୍ରାରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳିବ। ରାତିର ତାପମାତ୍ରା କମିଯିବା ସହ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।

ଗତକାଲି ରାତିରେ ବି ମୟୂରଭଞ୍ଜ, ଅନୁଗୁଳ, ଝାରସୁଗୁଡା, ବରଗଡ, ସୁନ୍ଦରଗଡ, ଢ଼େଙ୍କାନାଳ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନୂଆପଡା, ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ଶୀତ ଲହରୀ ଜାରି ରହିଥିଲା।

ଗତକାଲି ରାଜ୍ୟର ସର୍ବାଧିକ ସର୍ବାଧିକ ତାପମାତ୍ରା ୩୦ ଡିଗ୍ରି ସେଲସିୟସ୍‌ ଗୋପାଳପୁରରେ ରେକର୍ଡ କରାଯାଇଥିବା ବେଳେ ସର୍ବନିମ୍ନ ସର୍ବନିମ୍ନ ତାପମାତ୍ରା ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଥିଲା ଓଡ଼ିଶାର ସମତଳ ଅଞ୍ଚଳ ଫୁଲବାଣୀରେ। ସେହିପରି ୧୦ ଡ଼ିଗ୍ରି ତଳେ ୧୨ ସହରରେ ପାରଦ ରହିଥିବା ବେଳେ କଟକରେ ୧୧ ଡ଼ିଗ୍ରି ଏବଂ ଭୁବନେଶ୍ୱର ଠାରେ ୧୨.୪ଡ଼ିଗ୍ରି ରାତ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା।

ଆଗାମୀ ୨୪ ଘଣ୍ଟା ପାଇଁ ରାଜଧାନୀ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ କୁହୁଡ଼ିର ମାତ୍ରା ଅଧିକ ପରିଲକ୍ଷିତ ହେବ। ଏଥିସହ ଦିନର ସର୍ବାଧିକ ଏବଂ ରାତିର ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୨୮ ଓ ୧୩ ଡିଗ୍ରି ସେଲସିୟସ୍‌ ରହିବାର ସମ୍ଭାବନା ଅଛି ବୋଲି କହିଛି ପାଣିପାଗ ବିଭାଗ।

ସମ୍ବନ୍ଧିତ ଖବର