କନ୍ଧମାଳରେ ଲାଗି ରହିଛି ଶୀତ ଲହରି; ଫୁଲବାଣୀରେ ସାମାନ୍ୟ ଶୀତ କମିଲା

ଫୁଲବାଣୀ ଓ ଦାରିଙ୍ଗବାଡିର ତାପମାତ୍ରା ୬ ଡିଗ୍ରି

ଫୁଲବାଣୀ:ସପ୍ତାହ ହେଲା କନ୍ଧମାଳରେ ଶୀତ ଲହରି ଲାଗି ରହିଛି। ସଂଧ୍ୟା ହେଲା କ୍ଷତି ମାଡି ଆସୁଛି ଶୀତ। ଆଉ ସକାଳ ପର୍ଯ୍ୟାନ୍ତ ଲାଗି ରହୁଛି ହାଡଧରା ଶୀତ। ଏହାକୁ ନେଇ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି। ସକାଳ ୧୦ଟା ପର୍ଯ୍ୟନ୍ତ ଶୀତ ଲାଗି ରହୁଛି। ଶୀତର ପ୍ରକୋପ ଏତେ ମାତ୍ରାରେ ପଡୁଛି ଯେ ଦିନ ବେଳା ଘରେ ରହିବା କଷ୍ଟକର ହେଉଛି। ଘର ଚଟାଣରେ ବି ଖାଲି ପାଦରେ ଚଲାବୁଲା କରିବା ସମ୍ଭବ ହେଉ ନାହିଁ। ପକା ଘରେ ଚଳି ଯାଉଛି। ହେଲେ ଟାଇଲ ଓ ଆଜବେଷ୍ଟସ ଛପର ଘରେ ବେଶୀ ଶୀତ ଅନୁଭୂତ ହେଉଛି। ସ୍ନାନ ହେଉ କି ଶୌଚ। ଏଥି ନିମନ୍ତେ ପାଣିକୁ ଗରମ କରିବାକୁ ପଡୁଛି।

‌ଶୀତ ଯୋଗୁ ବେଶୀ ହଇରାଣ ହେଉଛନ୍ତି ଗରୀବ ଓ ଅସହାୟ। କାମଧନ୍ଦା କରିବାକୁ ଯାଇ ପାରୁ ନାହାନ୍ତି। ଯାହା ଫଳରେ ଅନ୍ୟ ଉପରେ  ସେମାନଙ୍କୁ ନିର୍ଭର କରିବାକୁ ପଡୁଛି। ଆଉ କେତେକ ଶୀତକୁ ଭୟ ନ କରି ପରିବା ଓ ଜାଳେଣି କାଠ ବିକ୍ରି କରିବାକୁ ବହୁ ଦୁରରୁ ଚାଲିଚାଲି ସହରକୁ ଆସୁଛନ୍ତି। ବିକ୍ରି କରିବାକୁ ନ ଆସିଲେ ଘର କିଭଳି ଚଳିବ ବୋଲି ପଚାରିଲେ ସେମାନେ କହୁଛନ୍ତି। ଆଜି ଫୁଲବାଣୀର ତାପମାତ୍ରା ୬ ଡିଗ୍ରି ରହିଛି। ଲଗାତାର ତାପମାତ୍ରା ୪ରୁ ୫ ଡିଗ୍ରୀ ଥିବା ବେଳେ ଆଜି ତାପମାତ୍ରା ଟିକେ ବଢିଛି।

ଫୁଲବାଣ‌ୀରେ ସାମାନ୍ୟ ଶୀତ କମିଛି। ହେଲେ ଦାରିଙ୍ଗବାଡିରେ ଶୀତ ବଢିଛି। ଗତକାଲି ତାପମାତ୍ରା ୮ ଥିବା ବେଳେ ଆଜି ଦାରିଙ୍ଗବାଡିରେ ପାରଦ ଖସି ତାପମାତ୍ରା ୬ରେ ରହିଛି। ଫୁଲବାଣୀ ଓ ଦାରିଙ୍ଗବାଡିର ତାପମାତ୍ରା ସମାନ ଥିବା ବେଳେ ଶୀତ ଲହରି ଲାଗି ରହିଥିବା ଯୋଗୁ କନ୍ଧମାଳକୁ ବାହାର ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ଆଜି ବଡଦିନ ଥିବାରୁ ଜିଲ୍ଲାର ସବୁ ପର୍ଯ୍ୟଟନ କ୍ଷେତ୍ରରେ ଗହଳିଚହଳି ଲାଗି ରହିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର