ଥରୁଛି ଓଡ଼ିଶା: ଦାରିଙ୍ଗବାଡ଼ିରେ ପାରା ୩ ଡିଗ୍ରି, ଫୁଲବାଣୀରେ ୪.୫ ଡିଗ୍ରି

ଭୁବନେଶ୍ୱର: ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ରବିବାର ପାରା ୩ ଡିଗ୍ରି ଛୁଇଁଛି। ସେହିପରି ଜିଲ୍ଲା ସଦର ମହକୁମା ଫୁଲବାଣୀରେ ତାପମାତ୍ରା ୪.୫ ଡିଗ୍ରିରେ ପହଂଚିଛି। ଦାରିଙ୍ଗବାଡ଼ିରେ ଶନିବାର ତାପମାତ୍ରା ୬ ଡିଗ୍ରି ଥିଲା। ସେହିପରି ଫୁଲବାଣୀରେ ଶନିବାର ତାପମାତ୍ରା ୭ ଡିଗ୍ରି ଥିଲା। ପାଣିପାଗ ବିଭାଗ ସୂଚନା ଅନୁସାରେ ଶୀତ ଲହରୀ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ।

ସାରା ରାଜ୍ୟରେ ଲୋକେ ଶୀତରେ ଥରୁଛନ୍ତି। କିଛି ଦିନ ତଳେ ଲୋକଙ୍କୁ ଶୀତରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ଶୀତ ପୁଣିଥରେ ଲେଉଟିଛି। ଦିନକୁ ଦିନ ଶୀତର ପ୍ରକୋପ ଆହୁରି ବଢୁଛିି। କନ୍ଧମାଳ ଜିଲ୍ଲାର ଅନ୍ୟ ଅଂଚଳରେ ମଧ୍ୟ ଲୋକେ ଥଣ୍ଡା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ବୟସ୍କ ନାଗରିକଙ୍କ ପାଇଁ ଶୀତ ଆହୁରି ଦାଉ ସାଜିଛି। ବୟସ୍କ ବ୍ୟକ୍ତିମାନେ ପାଣିକୁ ଭୟ କରୁଥିବା ବେଳେ ନିଆ ପାଖରେ ବସିବାକୁ ଭାରି ଭଲ ପାଉଛନ୍ତି। ଭୋର ସକାଳୁ ଏବଂ ସନ୍ଧ୍ୟାରେ ଗ୍ରାମାଂଚଳର ଲୋକେ ନିଆଁଶାଳ ପ୍ରସ୍ତୁତ କରୁଛନ୍ତି, ଯେଉଁଠାରେ ବୟସ୍କ ବ୍ୟକ୍ତିମାନେ ଆସ୍ଥାନ ଜମାଉଛନ୍ତି।

କେଉଁଠି ତାପମାତ୍ରା କେତେ ଡିଗ୍ରି 

-କେନ୍ଦୁଝର ୬.୪
-ବଲାଙ୍ଗୀର ୭.୧
-କୋରାପୁଟ ୭.୨
-ସମ୍ବଲପୁର ୭.୩
-ବାଲେଶ୍ୱର-୭.୮
-ସୁନ୍ଦରଗଡ଼ ୮
-ଭୁବନେଶ୍ୱର ୮.୨
-ହୀରାକୁଦ ୮.୭

ଶୀତ ସାଙ୍ଗକୁ କୁହୁଡ଼ି ଆହୁରି ଡରାଉଛି। ସୂର୍ଯ୍ୟକିରଣର ପ୍ରଭାବରେ ଯଦିଓ ଲୋକମାନେ ଦିନ ବେଳା ସାମାନ୍ୟ ଆଶ୍ୱସ୍ତି ପାଉଛନ୍ତି, ତଥାପି ସକାଳ ୯ଟା ପୂର୍ବରୁ ଏବଂ ସନ୍ଧ୍ୟା ୫ଟାରେ ପରେ ବଡ଼ କଷ୍ଟରେ ସମୟ ଅତିବାହିତ କରୁଛନ୍ତି। କେନ୍ଦୁଝର ଓ କନ୍ଧମାଳରେ ରବିବାର ତୁଷାରପାତ ଦେଖାଯାଇଛି। ଶୀତ ସାଙ୍ଗକୁ କୁହୁଡ଼ି ଆହୁରି ଡରାଉଛି। ସୂର୍ଯ୍ୟକିରଣର ପ୍ରଭାବରେ ଯଦିଓ ଲୋକମାନେ ଦିନ ବେଳା ସାମାନ୍ୟ ଆଶ୍ୱସ୍ତି ପାଉଛନ୍ତି, ତଥାପି ସକାଳ ୯ଟା ପୂର୍ବରୁ ଏବଂ ସନ୍ଧ୍ୟା ୫ଟାରେ ପରେ ବଡ଼ କଷ୍ଟରେ ସମୟ ଅତିବାହିତ କରୁଛନ୍ତି। ସୂର୍ଯ୍ୟ ନଇଁଲେ ଲୋକଙ୍କ ଚିନ୍ତା ବଢ଼ିଯାଉଛି।

ସମ୍ବନ୍ଧିତ ଖବର