ସ୍ବାଭାବିକ ହେଉଛି ତାପମାତ୍ରା

ଭୁବନେଶ୍ବର : ସ୍ବାଭାବିକ ସ୍ଥିତିକୁ ଫେରୁଛି ତାପମାତ୍ରା। ଆଉ ପୂର୍ବଭଳି ଥଣ୍ଡା ଅନୁଭୂତ ହେଉନି। ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ଶୁଖିଲା ରହିବ। ରାତିର ପାରଦରେ ବିଶେଷ ତଫାତ ଦେଖିବାକୁ ମିଳିବନି। ଗୋଟିଏରୁ ଦୁଇ ଡିଗ୍ରି ଏପାଖସେପାଖ ହେବ। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସର୍ବନିମ୍ନ ରହିବ। ଉପକୂଳ ଓ ପଶ୍ଚିମ ଓଡ଼ିଶାର ତାପମାତ୍ରା ଧୀରେ ଧୀରେ ବଢ଼ିବ। ଭୋର ସମୟରେ କୁହୁଡ଼ି ପରିମାଣ ବଢ଼ିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତକାଲି ୯ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିଲା। ଆଜି ସେଥିରେ ପରିବର୍ତନ ହୋଇଛି। ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଅନୁଗୁଳରେ ୮.୬ ଡିଗ୍ରି ରହିଥିଲା। ସୁନ୍ଦରଗଡ଼ରେ ୯ ଡିଗ୍ରି ଥିଲା। ଏହାବ୍ୟତୀତ ଅନ୍ୟ ସମସ୍ତ ସହରରେ ରାତିର ପାରଦ ୧୦ ଡିଗ୍ରି ଉପରକୁ ଚାଲିଯାଇଛି। ବାରିପଦା ଓ କେନ୍ଦୁଝରକୁ ଛାଡ଼ି ଅନ୍ୟ ସମସ୍ତ ସହରରେ ଦିନର ତାପମାତ୍ରା ୨୫ ଡିଗ୍ରି ଟପିଛି।

ସମ୍ବନ୍ଧିତ ଖବର