ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ଠାରୁ ଆରମ୍ଭ କରି ଆଭ୍ୟନ୍ତରୀଣ ଓଡ଼ିଶା ଏପରିକି ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକ ଆଗାମୀ ୩ ଦିନ ପର୍ଯ୍ୟନ୍ତ ପ୍ରବଳ ଜାଡ଼ ଓ ହାଡ଼ଭଙ୍ଗା ଶୀତରେ ଥରିବ। ବିଶେଷ କରି ରାଜ୍ୟର ମୟୂରଭଞ୍ଜ, ଅନୁଗୁଳ, ଝାରସୁଗୁଡା, ସୁନ୍ଦରଗଡ ଜିଲ୍ଲାରେ ରାତିର ତାପମାତ୍ରାରେ ୪ରୁ ୬ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ଘଟିବ। ସେହିପରି ଦେବଗଡ, ନୂଆପଡା, ଢ଼େଙ୍କାନାଳ ଜିଲ୍ଲାରେ ମଧ୍ୟ ଶୀତର ପ୍ରକୋପ ଜାରି ରହିବ ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।

Advertisment

ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ, ଅନୁଗୁଳ, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲା ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଦେଓଗଡ, ନୂଆପଡା, ଢ଼େଙ୍କାନାଳ, କୋରାପୁଟ, କନ୍ଧମାଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନବରଙ୍ଗପୁର, କଟକ, କାଳାହାଣ୍ଡି ଏବଂ ବରଗଡ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ପ୍ରବଳ ଶୀତ ସହ ସନ୍ଧ୍ୟା ପରେ ଏହି ସମସ୍ତ ଜିଲ୍ଲାଗୁଡ଼ିକରେ ପ୍ରବଳ କୁହୁଡ଼ି ପଡ଼ିବାର ମଧ୍ୟ ସମ୍ଭାବନା ରହିଛି। ତେଣୁ, ସନ୍ଧ୍ୟା ପରେ ଘରେ ରହିବାକୁ ପରାମର୍ଶ ଦେବା ସନ୍ଧ୍ୟା ପରେ ରାଜରାସ୍ତାରେ ଗାଡ଼ି ଚାଳନା କଲେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବରକୁ କହିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।