ମେଘୁଆ ପାଗ ପାଇଁ ଶୀତ ଉଭାନ

ଫୁଲବାଣୀରେ ୧୨ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୩ ଡିଗ୍ରୀ

ଫୁଲବାଣୀ : ସପ୍ତା‌େହ ହେବ ଥଣ୍ଡା ବଢ଼ିଲା। କନ୍ଧମାଳକୁ ଶୀତ ମାଡ଼ି ଆସିଲା। ଏମିତି କି ପାରଦ ଦୁଇ ତିନି ଦିନ ୧୦ ଡିଗ୍ରୀ ତଳକୁ ଖସି ଆସିଥିଲା। ସକାଳ ୮ଟା ପର୍ଯ୍ୟନ୍ତ ଶୀତବସ୍ତ୍ର ପିନ୍ଧିବାକୁ ପଡ଼ୁଥିଲା। ପାରଦ ଆହୁରି ଖସିବ। ତାପମାତ୍ରା ୫-୬କୁ ଆସିଯିବ। ଶୀତର ପ୍ରକୋପ ବୃଦ୍ଧି ପାଇବ। କନ୍ଧମାଳକୁ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ। ହୋଟେଲ ଓ ଲଜ ମାଲିକ ବେଶ୍ ଦି ପଇସା ରୋଜଗାର କରିବେ। ଏମିତି ଅନେକ ସମ୍ଭାବନା କରା ଯାଉଥିବା ବେଳେ ୩ ଦିନ ହେଲା କୋହଲା ପାଗ ଯୋଗୁ କନ୍ଧମାଳରୁ ହଠାତ୍‌ ଶୀତ ଉଭାନ ହୋଇଯାଇଛି।

ଆଜି ଫୁଲବାଣୀରେ ତାପମାତ୍ରା ୧୨ ଡିଗ୍ରୀ ଥିବାବେଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ୧୩ ରହିଛି। ଜିଲ୍ଲା ଅପାତକାଳୀନ ବିଭାଗ ସୂଚନା ଅନୁଯାୟୀ ଗତ ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଫୁଲବାଣୀରେ ତାପମାତ୍ରା ୧୦ ଡିଗ୍ରୀ ମଧୢରେ ଥିଲା। ଦାରିଙ୍ଗବାଡ଼ିରେ ୧୧ ଡିଗ୍ରୀ ରହିଥିଲା। ଗତବର୍ଷ ଏହି ସମୟରେ ଫୁଲବାଣୀରେ ତାପମାତ୍ରା ୭.୮ ଡିଗ୍ରୀ ଥିବାବେଳେ ଦାରିଙ୍ଗବାଡ଼ିରେ ଥିଲା ୮.୪ ଡିଗ୍ରୀ। ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ତାପମାତ୍ର ୮ରୁ ୯ ଡିଗ୍ରୀ ମଧୢରେ ଥିଲା।

ସମ୍ବନ୍ଧିତ ଖବର