୪ରୁ ସାରା ରାଜ୍ୟରେ ବଢ଼ିବ ପାରଦ

ଭୁବନେଶ୍ୱର : ଆଜିଠାରୁ ଉପକୂଳବର୍ତୀ ସ୍ଥାନଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ଆଉ ବଢ଼ିବ ନାହିଁ। ଏଭଳି ତାପମାନ ବଜାୟ ରହିବ ୨/୩ ତାରିଖ ଯାଏଁ। ୪ ତାରିଖରୁ ସାରା ରାଜ୍ୟରେ ବଢ଼ିବ ପାରଦ। ଆଜି ଏଭଳି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ଏ ନେଇ ମିଳିଥିବା ସୂଚନା ମୁତାବକ ଆସନ୍ତା ୩ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବ ପଡ଼ିବ ଓଡ଼ିଶା ଉପରେ। ଅନ୍ୟ ଗୋଟିଏ ଲଘୁଚାପ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଛି। ଏହା ଘନୀଭୂତ ହୋଇ ଆରବ ମହାସାଗର ଦିଗକୁ ମୁହାଁଇବ। ଏହି ୨ଟି ବ୍ୟବସ୍ଥା ଯୋଗୁଁ ପବନ ବହିବା ଆରମ୍ଭ ହୋଇଛି। ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ୁଥିବା କୁହାଯାଇଛି। ଫଳରେ ତାପମାନ ବଢ଼ିବାର ସମ୍ଭାବନା ରହିଛି। ତେବେ ୩/୪ ତାରିଖ ବେଳକୁ ସାରା ଓଡ଼ିଶାରେ ତାପମାତ୍ରା ବଢ଼ିପାରେ। ୧୦ ତାରିଖ ପର୍ଯ୍ୟନ୍ତ ତାପମାନ ଅଧିକ ରହିବାର ପୂର୍ବାନୁମାନ କରାଯାଇଛି।

ଗତକାଲି ଭଳି ଆଜି ଫୁଲବାଣୀ(୭.୫°), ଦାରିଙ୍ଗିବାଡ଼ି (୯°), ହୀରାକୁଦ(୯.୬°)ରେ ସର୍ବନିମ୍ନ ତାପମାତ୍ରା ୧୦° ତଳେ ରହିଛି। ସେହିପରି କେନ୍ଦୁଝରରେ ୧୦° ଥିବା ବେଳେ ଭବାନୀପାଟଣାରେ ୧୧°, ସୁନ୍ଦରଗଡ଼ ୧୧.୫°, ଝାରସୁଗୁଡ଼ା ୧୧.୮°, ଅନୁଗୁଳ ୧୨°, ସମ୍ବଲପୁରରେ ୧୨.୪°, ସୋନପୁର, ବାରିପଦାରେ ୧୨.୬°, ବଲାଙ୍ଗୀରରେ ୧୩.୩°, ବାଲେଶ୍ୱର, କଟକ, କୋରାପୁଟରେ ୧୪.୫°, ଭୁବନେଶ୍ୱରରେ ୧୫° ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର