କଲେଜ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗୀର: ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଯୁକ୍ତତିନି ପ୍ରଥମବର୍ଷ ଜଣେ ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର କରିଛି ଟାଉନ ପୁଲିସ। ମୃତ ଛାତ୍ର ଜଣକ ବୌଦ୍ଧ ଜିଲ୍ଲା ପଲସାଗୋରା ଗାଁର ଅନିଲ ଗିରି(୧୯) ବୋଲି ଜଣାପଡ଼ିଛି। ଅନିଲ ଆଲୋକ ନଗରର ଶ୍ରୀରାମ ଚେମ୍ବରରେ ରହୁଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ ଘରେ ମଧ୍ୟ କିଛି ବଚସା ହୋଇନଥିଲା।

ଶନିବାର ସକାଳୁ ପରୀକ୍ଷା ଥିବାରୁ ସେ ଶୁକ୍ରବାର ସନ୍ଧ୍ୟାରେ ନିଜ ଗାଁରୁ ଫେରିଥିଲେ। କୌଣସି କାରଣରୁ ଆଜି ସକାଳୁ ସେ ରହୁଥିବା ଘର ପାଇଖାନାରେ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲେ। ଅନିଲଙ୍କ ଝୁଲନ୍ତା ଶବ ଦେଖିଥିଲେ ପାଖ ପଡ଼ୋଶୀ। ଏନେଇ ଖବର ପାଇବା ପରେ ବଲାଙ୍ଗୀର ଟାଉନ ପୁଲିସ ଓ ସାଇଣ୍ଟିଫିକ ଟିମ୍‌ ସହିତ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ। ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ବଡ଼ ଡାକ୍ତରଖାନାକୁ ଶବ ପଠାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର