ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ଆରଡି ପଞ୍ଚାୟତର ସରପଞ୍ଚ ଶ୍ରଦ୍ଧାଞ୍ଜଳି ପାଢ଼ୀ ନୂତନ ଭାବେ ଦାୟିତ୍ବ ଗ୍ରହଣ କରିଥିବା ବେଳେ ତାଙ୍କୁ ଏହି ପଞ୍ଚାୟତର ନିର୍ବାହୀ ଅଧିକାରୀ ନିରଂଜନ ଶଙ୍ଖୁଆ ଅଫିସ୍ କାର୍ଯ୍ୟରେ ସହଯୋଗ କରୁ ନାହାନ୍ତି। ପଞ୍ଚାୟତର ବିଭିନ୍ନ କାଗଜପତ୍ର ଓ କ୍ୟାସ୍ବୁକ୍ ସଂପର୍କରେ ତଥ୍ୟ ଦେଉନାହାନ୍ତି। ଉନ୍ନୟନ ମୂଳକ କାର୍ଯ୍ୟ କରିବାକୁ ଚାହୁଁଥିବା ସରପଞ୍ଚ ଶ୍ରଦ୍ଧାଞ୍ଜଳି ପାଢ଼ୀଙ୍କୁ ସହଯୋଗ ମିଳୁ ନ ଥିବାରୁ ସେ ଚାନ୍ଦବାଲି ବିଡିଓଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ।
ମାତ୍ର ଚାନ୍ଦବାଲି ବିଡିଓ କିଛି ପ୍ରତିକାର କଲେନି। ଫଳରେ ବାଧ୍ୟ ହୋଇ ସରପଞ୍ଚ ଶ୍ରଦ୍ଧାଞ୍ଜଳି ପାଢ଼ୀ ଗତ ୮ ତାରିଖରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ଅଭିଯୋଗ ନ ଶୁଣିବାରୁ ଆଜି ସରପଞ୍ଚ ଶ୍ରଦ୍ଧାଞ୍ଜଳି ପାଢ଼ୀ ଓ ତାଙ୍କ ସମର୍ଥକମାନେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିଛନ୍ତି। ଜିଲ୍ଲାପାଳ ବିହିତ ପଦକ୍ଷେପ ନ ନେବା ପର୍ଯ୍ୟନ୍ତ ଅନଶନ ଚାଲୁ ରହିବ ବୋଲି ଚେତାବନୀ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/33-11.jpg)