ବାଲିମେଳା: ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ଅନ୍ତର୍ଗତ ୨ନଂ ୱାର୍ଡ ସ୍ଥିତ ପମ୍ପ ଲାଇନର ସୋନିଆ ବାଘଙ୍କ କଚ୍ଚା ଘର ଆଜି ସକାଳେ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ସୌଭାଗ୍ୟବଶତଃ ପରିବାରର କେହି ମଧ୍ୟ ସେହି ସମୟରେ ଘର ଭିତରେ ରହି ନଥିବା ହେତୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ୨ନଂ ୱାର୍ଡରେ ସୋନିଆ ବାଘ ତାଙ୍କ ପରିବାରକୁ ନେଇ ଦୀର୍ଘ ବର୍ଷ ହେବ ରହି ଆସୁଥିଲେ। ତେବେ ସେ ଦିନ ମଜୁରିଆ ଭାବେ ଅନ୍ୟତ୍ର କାମ କରୁଥିବା ହେତୁ ସରକାରଙ୍କ ପକ୍ଷରୁ ତାଙ୍କୁ ପଟ୍ଟା ସହ ଆବାସ ଗୃହ ପ୍ରଦାନ କରାଯାଇଥିଲା।
ସେ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଘର ନିର୍ମାଣ କରୁଥିଲେ। କିନ୍ତୁ ଆର୍ଥିକ ଅଭାବ ହେତୁ ଘର କାମ ଅଧାରେ ରହିଯାଇଥିଲା। ତେଣୁ ସେ ବାଧ୍ୟ ହୋଇ ତାଙ୍କ ଘର ପାର୍ଶ୍ୱରେ ମାଟିରେ ଏକ କୁଡ଼ିଆ ନିର୍ମାଣ କରି ସେଠାରେ ରହି ଆସୁଥିଲେ। ତେବେ ଗତ କିଛିଦିନର ଲଗାଣ ବର୍ଷା ଯୋଗୁଁ ମାଟି ଘରର କାନ୍ଥ ଗୁଡ଼ିକ ଓଦା ହୋଇ ସନ୍ତସନ୍ତିଆ ରହିଥିବା ହେତୁ ଘରଟି ଆଜି ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ ସାହାଯ୍ୟ କରିବା ପାଇଁ ସାହି ବାସିନ୍ଦା ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/sfh1hsfh65sf4h6f45hf65hs.jpg)