ପଡିଆ : ଶୋଇଥିବା ଅବସ୍ଥାରେ ଶୁଭୁଡ଼ିଲା ଘର ମାଟି କାନ୍ଥ। ଶ୍ବାସରୁଦ୍ଧ ହୋଇ ୪ମାସର ଶିଶୁକନ୍ୟାର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ବାପା ଓ ମା’ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ମୋଟେରୁ ପଞ୍ଚାୟତର ମେଟାଗୁଡ଼ା ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି।
ସୂଚନା ଅନୁଯାୟୀ, ମେଟାଗୁଡ଼ା ଗ୍ରାମର ଆଇତା ମାଡକାମୀ ବହୁବର୍ଷ ହେଲା ମାଟି କାନ୍ଥ ଏବଂ ନଡ଼ା ଛପର ଘରେ ପତ୍ନୀ ଓ ଝିଅ ସ୍ବାତୀଙ୍କ ସହ ରହି ଆସୁଥିଲେ। ବର୍ଷା ମାଡ଼ ସହ ଖରା ବାଜି ଘର କାନ୍ଥ ବିପଦସଂକୁଳ ଅବସ୍ଥାରେ ରହିଥିଲେ। ତଥାପି ଅର୍ଥ ଅଭାବ ଯୋଗୁ ଆଇତା ଘର ମରାମତି କରିପାରୁ ନଥିଲେ। ଗତକାଲି ବର୍ଷା ଯୋଗୁ ଭିଜି ରହିଥିବା ଗୋଟିଏ ପାର୍ଶ୍ବ କାନ୍ଥ ହଠାତ ଢଳିବା ଆରମ୍ଭ କରିଥିଲା। ରାତି ପ୍ରାୟ ୪ଟାରେ ଆଇତା, ପତ୍ନୀ ଏବଂ ଶିଶୁକନ୍ୟା ଉପରେ ମାଟି କାନ୍ଥ ଖଣ୍ଡଖଣ୍ଡ ହୋଇ ଭୁଶୁଡ଼ି ପଡ଼ିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/mal.jpg)