ବସ୍‌ରୁ ବଟି ଆଦାୟ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବସ୍‌ଷ୍ଟାଣ୍ଡରୁ ବେଆଇନ ଭାବେ ଯାତ୍ରୀବାହୀ ବସ୍‌ ଗୁଡ଼ିକରୁ ବଟି ଆଦାୟ କରାଯାଉଥିବା ଘଟଗାଁ ତାରିଣୀ ବସ୍‌ ସିଣ୍ଡିକେଟ ପକ୍ଷରୁ ଆଜି ହରିଚନ୍ଦନପୁର ଥାନାରେ ଅଭିଯୋଗ କରାଯାଇଛି। ଘଟଗାଁ ତାରିଣୀ ବସ୍‌ ସିଣ୍ଡିକେଟର ସମ୍ପାଦକ ବିଶ୍ଵରଂଜନ ପୃଷ୍ଟିଙ୍କ ସୂଚନା ଅନୁଯାୟୀ, ଏହି ସିଣ୍ଡିକେଟ ଅଧୀନରେ ଏକବର୍ଷ ହେଲା ହରିଚନ୍ଦନପୁର ବସ୍‌ଷ୍ଟାଣ୍ଡ ଅଞ୍ଚଳ ରହିଛି।

ହରିଚନ୍ଦନପୁର ବସ୍‌ଷ୍ଟାଣ୍ଡର ପ୍ରଭାକର ସାହୁ ଓ ଅରବିନ୍ଦ ମାଇତି ଏହି ରାସ୍ତା ଦେଇ ଯାଉଥିବା ଯାତ୍ରୀବାହୀ ବସ୍‌ ଗୁଡ଼ିକରୁ ବେଆଇନ ଭାବେ ମାତ୍ରାଧିକ ବଟି ଆଦାୟ କରୁଛନ୍ତି। ଯାହାକି ସମ୍ପୂର୍ଣ୍ଣ ଭାବେ ବେଆଇନ। ହରିଚନ୍ଦନପୁର ବସ୍‌ଷ୍ଟାଣ୍ଡରୁ ବେଆଇନ ବଟି ଆଦାୟ ବନ୍ଦ କରିବା ସହ ଉଭୟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘର ସମ୍ପାଦକ ଶ୍ରୀ ପୃଷ୍ଟିଙ୍କ ସମେତ ସୁବୋଧ କୁମାର ସେଠୀ, ଦୁଃଖବନ୍ଧୁ ବାରିକ, ରାଜେନ୍ଦ୍ର କୁମାର ମିଶ୍ର, ଜିତେନ୍ଦ୍ର କୁମାର ବେହେରା, ଅର୍ଜୁନ ଚରଣ ବାରିକ, ନବକିଶୋର ସାହୁ, ସନ୍ତୋଷ କୁମାର ବେହେରା, ରାଜୁ ମାହେଶ୍ୱରୀ ପ୍ରମୁଖ ହରିଚନ୍ଦନପୁର ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର