ଲଘୁ ଖଣିଜ ପଦାର୍ଥରୁ ରାଜସ୍ବ ଆଦାୟ ଲକ୍ଷ୍ୟ ପୂରଣ କର

ଭୁବନେଶ୍ୱର : ୨୦୨୦-୨୧ ଆର୍ଥିକ ବର୍ଷରେ ଲଘୁ ଖଣିଜ ପଦାର୍ଥରୁ ଏକ ହଜାର କୋଟି ଟଙ୍କାର ରାଜସ୍ବ ଆଦାୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ନିମନ୍ତେ ଜିଲ୍ଲାପାଳ ଓ ତହସିଲ୍‌ଦାରମାନେ ସ୍ବତନ୍ତ୍ର ଭାବେ ଯତ୍ନଶୀଳ ହେବାକୁ କୁହାଯାଇଛି। ଏହା ସହ ଲଘୁଖଣିଜ ପଦାର୍ଥ ଚୋରି ରୋକିବା ନିମନ୍ତେ ଯୋଜନାବଦ୍ଧ ପ୍ରୟାସ କରି ଏନ୍‌ଫୋର୍ସମେଣ୍ଟ୍‌ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆଜି ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ରାଜ୍ୟରେ ଲଘୁ ଖଣିଜ ପଦାର୍ଥର ସମୀକ୍ଷା କରାଯାଇଥିଲା। ଲଘୁ ଖଣିଜ ପଦାର୍ଥ ଉତ୍ସର ବନ୍ଦୋବସ୍ତ ଓ କାର୍ଯ୍ୟକ୍ଷମଶୀଳତା, ନୂଆ ତଥା ବୃହତ ଲଘୁ ଖଣିଜ ପଦାର୍ଥ ଉତ୍ସର ଚିହ୍ନଟ, ରାଜସ୍ବ ଆଦାୟର ଲକ୍ଷ୍ୟ ପୂରଣ ଏବଂ ପ୍ରବର୍ତ୍ତନ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବା‌େରାପ କରାଯାଇଥିଲା। ଲଘୁ ଖଣିଜ ପଦାର୍ଥ ଉତ୍ସର ବନ୍ଦୋବସ୍ତ ଓ କାର୍ଯ୍ୟକ୍ଷମଶୀଳତା ପ୍ରକ୍ରିୟାକୁ ତ୍ବରାନ୍ବିତ କରି ୨୦୨୦ ଅଗଷ୍ଟ ୩୧ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ମନ୍ତ୍ରୀ ସମସ୍ତ ଜିଲ୍ଲାପାଳ ଓ ତହସିଲ୍‌ଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନୂଆ ଉତ୍ସର ଚିହ୍ନଟ ଆସନ୍ତା ଏକ ସପ୍ତାହ ମଧ୍ୟରେ ସାରିବାକୁ କୁହାଯାଇଥିଲା। ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ରାଜସ୍ବ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଅଂଶଗ୍ରହଣ କରି ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ମତ ବିନିମୟ କରିଥିଲେ। ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ତହସିଲ୍‌ଦାର ଓ ଅତିରିକ୍ତ ତହସିଲ୍‌ଦାରମାନେ ବୈଠକରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର