ଜୟପୁର : ଜୟପୁର ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ, ଆରଆଇ ଗୁପ୍ତ ତ୍ରିପାଠୀ ବାଲିପୂଜାରୀପୁଟ ଅଞ୍ଚଳରେ ଚଢ଼ଉ କରି ବିନା ରୟାଲଟିରେ ଚାଲିଥିବା ଇଟାଭାଟି ଓ ବାଲି ଚାଲାଣ କରୁଥିବା ଟ୍ରାକ୍ଟର ଆଦିରୁ ୪୯ହଜାର ୮ଶହ ଟଙ୍କା ଜରିମାନା ଆଦାୟ କରିଛନ୍ତି। ବିନା ରୟାଲଟିରେ ୩୦ହଜାର ଇଟା ତିଆରି କରିଥିବାରୁ ତାଙ୍କ ଠାରୁ ୧୮ହଜାର ୯୦୦ଟଙ୍କା, ବାଲି ବୋଝେଇ ଟ୍ରାକ୍ଟରରୁ ୭ହଜାର, ଚିପ୍ସ ବୋଝେଇ ଟ୍ରାକ୍ଟରରୁ ୫ହଜାର, ପଥର ଚାଲାଣ ଆଦି ବାବଦରେ ୧୮ହଜାର ୯୦୦ଟଙ୍କା ଜରିମାନା ଆଦାୟ ହୋଇଥିବା ତହସିଲଦାର ସୂଚନା ଦେଇଛନ୍ତି। ବିନା ଇ-ୱେବିଲ୍ ଓ ଜାଲ୍ କାଗଜପତ୍ର କରି ବ୍ୟାପକ ଭାବେ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଆସୁଛି। ଗତ କିଛିଦିନ ତଳେ ଏଭଳି ଯାଞ୍ଚ ସମୟରେ ଜାମୁଣ୍ଡା ଅଞ୍ଚଳରେ ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହାପର ଠାରୁ ତହସିଲଦାର ନିଜେ ଉପସ୍ଥିତ ରହି ଚଢ଼ଉ ଜାରି ରଖିଛନ୍ତି। ସାଧାରଣରେ ଏହାକୁ ସ୍ବାଗତ କରିବା ସହ ଆଗାମୀ ଦିନରେ ଏହାକୁ ବ୍ୟାପକ କରିବାକୁ ମତ ପ୍ରକାଶ ପାଇଛି।
ଜୟପୁର : ୪୯ହଜାର ଜରିମାନା ଆଦାୟ
/sambad/media/post_attachments/wp-content/uploads/2019/11/sand-mines.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)