ସେବାଶ୍ରମ ବିଦ୍ୟାଳୟରେ ଅନ୍ତେବାସୀଙ୍କୁ ଖାଦ୍ୟ ନିଅଣ୍ଟ ଘଟଣା, ୩ ଜଣ ଶିକ୍ଷକଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକର ମାନିଗାଁ ଓ ଧନଶୁଲି ସେବାଶ୍ରମ ବିଦ୍ୟାଳୟରେ ଅନ୍ତେବାସୀଙ୍କୁ ଖାଦ୍ୟ ନିଅଣ୍ଟ ଘଟଣାରେ ୩ ଜଣ ଶିକ୍ଷକଙ୍କୁ ନିଳମ୍ବନ କରିଲେ ଜିଲ୍ଲାପାଳ। ସେହି ଶିକ୍ଷକ ମାନେ ହେଲେ ମାନିଗାଁ ସେବାଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସୁବାଷିନି କରକରା ଓ ସହକାରୀ ଶିକ୍ଷକ କେଦାର ସ୍ବାଇଁ ଏବଂ ଧନଶୁଲି ବିଦ୍ୟାଳୟର ସହକାରୀ ଶିକ୍ଷକ ନବ କିଶୋର ମାଟି । ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଆଜି ପାପଡାହାଣ୍ଡି ବ୍ଲକ ର ମାନିଗାଁ ସେବାଶ୍ରମ ବିଦ୍ୟାଳୟକୁ ଯାଇଥିଲେ। ସେଠାରେ ୨୬୮ ଜଣ ଛାତ୍ରଛାତ୍ରୀ ଛାତ୍ରାବାସ ରେ ରହୁଥିବା ବେଳେ ଆଜି ୫୮ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।

ସକାଳ ୧୦ ଟା ରେ ପ୍ରାକଃ ଖାଦ୍ୟ ପରିଷିବା ବେଳେ ୨୪ ଜଣ ପିଲାଙ୍କୁ ଖାଦ୍ୟ ନିଅଣ୍ଟ ହୋଇ ଥିଲା। ଏ ନେଇ ସେ ଜିଲ୍ଲାପାଳ ଡଃ.ଅଜିତ କୁମାର ମିଶ୍ର ଓ ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନଙ୍କୁ ଜଣାଇଥିଲେ। ଆଜି ଜିଲ୍ଲାପରିଷଦ ବୈଠକ ରେ ବି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପୂର୍ବରୁ ବି ଗତ ୨୯ ତାରିଖ ରେ ସେହି ବ୍ଲକ ର ଧନଶୁଲି ସେବାଶ୍ରମ ବିଦ୍ୟାଳୟ ରେ ବିଧାୟକ ଶ୍ରୀ ରନ୍ଧାରୀ ଗ୍ରସ୍ଥ କରିବା ବେଳେ ୬୬ ଜଣ ଅନ୍ତେବାସୀ ଖାଦ୍ୟ ରେ ଡାଲି ଅଣ୍ଟିନଥିଲା। ସେନେଇ ବି ବିଧାୟକ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଥିଲେ। ଏ ସମସ୍ତ ଘଟଣା ସଂକ୍ରାନ୍ତରେ ବ୍ଲକ ମଙ୍ଗଳ ଅଧିକାରୀ ବିଭୁ ଦତ୍ତ ମହାନ୍ତି ତଦନ୍ତ ରିପୋର୍ଟ ପ୍ରଦାନ କରିବା ପରେ ଜିଲ୍ଲାପାଳ ଏହି ୩ ଜଣ ଶିକ୍ଷକଙ୍କୁ ନିଳମ୍ବନ କରିଛନ୍ତି।

ସମ୍ବନ୍ଧିତ ଖବର