ଜିଲ୍ଲାପାଳଙ୍କ ନାମରେ ଟଙ୍କା ମାଗିଲେ ଦୃବୁର୍ତ୍ତ

ସୁନ୍ଦରଗଡ଼: ଜିଲ୍ଲାପାଳଙ୍କ ନାମରେ ନକଲି ଫେସବୁକ ଆକାଉଣ୍ଟ ଖୋଲି ଲୋକଙ୍କ ପାଖରୁ ଟଙ୍କା ଦାବି କରିଛି କେହି ଦୃବୁର୍ତ୍ତ । ଅଭିଯୋଗ ହୋଇଛି କେହି ଦୃବୁର୍ତ୍ତ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ନାଁରେ ନକଲି ଫେସବୁକ ଆକାଉଂଟ ଖୋଲି ଏହାର ଦୁରୂପଯୋଗ କରିଛନ୍ତି । ଏପରିକି ଆଇଏଏସଙ୍କ ନାଁରେ ନକଲି ଫେସବୁକ ଆକାଉଣ୍ଟ ଖୋଲି ଲୋକଙ୍କଠୁ ଟଙ୍କା ଦାବି କରାଯାଇଛି ।

 

 

ସୁନ୍ଦରଗଡ ଜିଲ୍ଲାପାଳଙ୍କ ନାଁକୁ ବ୍ୟବହାର କରି ଟଙ୍କା ଦାବି କରାଯାଉଥିବା ସାମ୍ନାକୁ ଆସିବା ପରେ, ତାଙ୍କ ଫେସବୁକ ଆକାଉଂଟକୁ ବ୍ଲକ କରିବା ଲାଗି ଅପିଲ କରିଛନ୍ତି ଜିଲ୍ଲାପାଳ । ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ସେ ଏଭଳି କେବେ କାହାରିଠାରୁ ଟଙ୍କା ଦାବି କରିନାହାନ୍ତି କିମ୍ବା କେବେ କରିବେ ନାହିଁ । ଏପରିକି ଲୋକଙ୍କୁ ଏଭଳି ଦାବିକୁ ଶୁଣି କୌଣସି ପ୍ରକାର ଟଙ୍କା, ପଇସା ନଦେବାପାଇଁ ସେ ଅନୁରୋଧ କରିଛନ୍ତି ।

ତେବେ କିଏ ଓ କେଉଁ ଉଦ୍ଦେଶ୍ୟରେ ଏଭଳି କରିଛି ତାର ଛାନଭିନ ହେବା ଜରୁରୀ । ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସୋସିଆଲ ମିଡିଆ ଆକାଉଂଟକୁ ଏଭଳି ଅପବ୍ୟବହାର କରୁଥିବା ଦୁର୍ବୃତଙ୍କ ବିରୋଧରେ ମଧ୍ୟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ।

ସମ୍ବନ୍ଧିତ ଖବର