ମାଲକାନଗିରି: ଗତ କିଛି ଦିନ ତଳେ ମାଥିଲି ବ୍ଲକର ଦଳପତିଗୁଡା ପଞ୍ଚାୟତର ଦୁରାଗୁଡା ଗ୍ରାମର ପ୍ରକାଶ ବିଷୋୟୀଙ୍କ ସଂଘର୍ଷରୁ ସଫଳତାର କାହାଣୀ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ପ୍ରକାଶ ନିକଟକୁ ସହଯୋଗର ସୁଅ ଛୁଟିବାକୁ ଲାଗିଛି। ଏହି ପରିପ୍ରେକ୍ଷୀରେ ମାଥିଲି ବିଡିଓ ପ୍ରକାଶଙ୍କୁ ସାକ୍ଷାତ କରି ପ୍ରଥମେ ସହଯୋଗ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଆଜି ପୁଣି ସଚିନ ପାୱାର ମଧ୍ୟ ପ୍ରକାଶଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ସାକ୍ଷାତ କରିଥିଲେ।ସେ ମଧ୍ୟ ସମ୍ବାଦରୁ ଏହି ଖବର ପାଇଥିବା କହିଥିଲେ।

Advertisment

ପ୍ରକାଶର ଆର୍ଥିକ ସମସ୍ୟା ନେଇ ସମ୍ବାଦରୁ ଖବର ପାଇବା ପରେ ତୁରନ୍ତ ତାଂକୁ ସହଯୋଗ କରାଯିବାର ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଥମେ ତାଂକ ଆକାଉଣ୍ଟରେ ୩୦ ହଜାର ଟଂକା ପ୍ରଦାନ କରାଯିବ।ପରେ ଶିକ୍ଷା ଋଣ ପାଇଁ ସମସ୍ତ ସହଯୋଗ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ପାଵାର ପ୍ରତିଶ୍ରୁତି ଦେଇଥିଲେ। ତେବେ ଏହା ପୂର୍ବରୁ ତାଂକ ନିକଟରେ ଟଂକା ଅଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ। ପ୍ରକାଶ ଜିଲ୍ଲାପାଳଙ୍କୁ ତାଂକ ପାଖରେ କିଛି ବି ଟଂକା ନଥିବା ଦୁଃଖର ସହ ପ୍ରକାଶ କରିଥିଲେ।ପ୍ରକାଶ ଏନେଇ ବହୁତ ଖୁସି ଜାହିର କରିଛନ୍ତି।ସେ ମଧ୍ୟ ସମ୍ବାଦକୁ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି।