ଭାପୁର: ନୟାଗଡ଼ର ନବନିଯୁକ୍ତ ଜିଲ୍ଲାପାଳ ଡ. ପୋମା ଟୁଡୁ ଆଜି ଭାପୁର ବ୍ଲକର ଅଚାନକ ବିଜିପୁର ପଂଚାୟତର ମାଳିବେରେଣୀ ସେବାଶ୍ରମ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ସେଠାରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ପାଠ ସେ ପଢାଇଥିବା ଚର୍ଚାର ବିଷୟ ହୋଇଛି। ସେହିପରି ଶାସନ ପଞ୍ଚାୟତ ରଗଡିପଡା ଗ୍ରାମରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅଙ୍ଗନ ବାଡି କେନ୍ଦ୍ରମାନଙ୍କୁ ଯୋଗାଇ ଦେଉଥିବା ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ପରିଦର୍ଶନ କରିଥିଲେ। ତେବେ ସେଠାରେ ଛତୁଆରେ ନିମ୍ନମାନର ଓ ପୋକରା ବାଦାମ ପକାଯାଉଥିବା ଜାଣି ଜିଳ୍ଲାପାଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ସେ ଭାପୁର ଶିଶୁ ଓ ମହିଳା ବିକାଶ ଅଧିକାରୀ ରେଣୁବାଳା ନନ୍ଦଙ୍କୁ ତାଗିଦ୍‌ କରିଛନ୍ତି।

Advertisment

publive-image

ଆଜି ଅପରାହ୍ନ ସମୟ ପ୍ରାୟ ୩ ଟା ୩୦ରେ ଜିଲ୍ଲାପାଳ ପ୍ରକଲ୍ପ ଅଧିକାରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଜିତେନ୍ଦ୍ର କୁମାର ସାହୁ, ଭାପୁର ତହସିଲଦାର ଡା ସୁନିତା ଜେନାଙ୍କ ସହ ମାଳିବେରେଣୀ ସେବାଶ୍ରମ ବିଦ୍ୟାଳୟରେ ପହଞ୍ଚିଥିଲେ। ପିଲାମାନଙ୍କୁ କିଛି ସମୟ ପାଠ ପଢ଼ାଇବା ସହିତ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଭିତ୍ତିଭୂମି ସଂପର୍କରେ ଅନୁଧ୍ୟାନ କରିଥିଲେ। ପରେ ଶାସନ ପଂଚାୟତର ରଗଡିପଡା ଗ୍ରାମରେ ଥିବା ତ୍ରିନାଥ ଦେବ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ବାରା ଭାପୁର ବ୍ଲକର ୭୭ଟି ଅଙ୍ଗନବାଡି କେନ୍ଦ୍ରକୁ ଛତୁଆ ଯୋଗାଣ କେନ୍ଦ୍ର ବୁଲି ଦେଖିଥିଲେ।