ଭୁବନେଶ୍ବର : ଶୁକ୍ରବାର ଦିନ ଲୋକସେବା ଭବନରେ ଜିଲ୍ଲାପାଳ ସମ୍ମିଳନୀ ଅନୁଷ୍ଠିତ ହେବ। ନବନିର୍ମିତ ସମ୍ମିଳନୀ କକ୍ଷରେ ହେବାକୁ ଥିବା ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ। ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ଏହା ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ ହୋଇଥିବାରୁ ପ୍ରଶାସନିକ ମହଲରେ ଏହାକୁ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଛି। ଗତ କିଛି ମାସ ହେଲା ସରକାରଙ୍କ ଫୋକସ୍ରେ ‘୫-ଟି’ ଓ ‘ମୋ ସରକାର’ ରହୁଥିବାରୁ ଏହାକୁ ବ୍ୟାପକ ଓ ସଫଳ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁ ମନ୍ତ୍ର ଦେବେ ବୋଲି କୁହାଯାଉଛି। ଏହି ସମ୍ମିଳନୀରେ ସବୁ ବିଭାଗର ସଚିବମାନେ ଉପସ୍ଥିତ ରହିବେ।
ଜିଲ୍ଲାପାଳ ସମ୍ମିଳନୀ ଆଜି; ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
/sambad/media/post_attachments/wp-content/uploads/2019/08/naveen_patnaik_660_052319021925_052919010952.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)