ବିନିକା: ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ବିନିକା ବ୍ଲକ୍‌ ଦକ୍ଷତା ବିକାଶ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଓ ଏସ୍‌ପି ଅମରେଶ ପଣ୍ଡା ଜନସାଧାରଣଙ୍କ ୩୦ଟି ଅଭିଯୋଗର ଶୁଣାଣି କରିଥିଲେ। ଏଥିରେ ୨୪ଟି ବ୍ୟକ୍ତିଗତ ଓ ୬ଟି ସାମୂହିକ ଅଭିଯୋଗ ରହିଥିଲା। ୫ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାଧାନ କରିବାକୁ ପଠାଇ ଦିଆଯାଇଛି। ଶିବିରରେ ଅନେକ ଅଧିକାରୀ ନିଜ ନିଜ ମୋବାଇଲ ଫୋନ୍‌ରେ ବ୍ୟସ୍ତ ଥିବାରୁ ଅଭିଯୋଗକାରୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

Advertisment

ବିଡିଓ ଡ. ବ୍ୟାସଦେବ ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ତଥା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ କଁହର, ସୋନପୁର ଉପ ଜିଲ୍ଲାପାଳ ଡ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ବିନିକା ବ୍ଲକ୍‌ ଅଧ୍ୟକ୍ଷା ଦୀପ୍ତିରେଖା ନନ୍ଦ, ବ୍ଲକ୍‌ ଉପାଧକ୍ଷ ନିର୍ମଲ ଷାଣ୍ଡ, ତହସିଲଦାର ମୁକ୍ତେଶ୍ବର ପାଣିଗ୍ରାହୀ, ଆର୍‌ଡବ୍ଲୁଏସ୍‌ଏସ୍‌ ଅଧୀକ୍ଷଣ ଯନ୍ତ୍ରୀ ବିଭୁଦତ୍ତ ପଣ୍ଡା, ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ, ସିଡିଏମଓ ବିଶ୍ବ ରଞ୍ଜନ ପତି, ଡିଏସ୍‌ଡବ୍ଳୁଓ ରେଣୁବାଲା ଦାଶ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ବିନିକା ଏବିଡିଓ ପ୍ରଜ୍ଞା ପାଣିଗ୍ରାହୀ, ବିନିକା ମେଡିକାଲ ଅଫିସର ସତ୍ୟନାରାୟଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।