ଭୁବନେଶ୍ୱର : ଅକ୍ଟୋବର ୧୧ରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି। କାଁ ଭାଁ ଗଣ୍ଡଗୋଳକୁ ଛାଡ଼ି ଦେଲେ ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ଶାନ୍ତିଶୃଙ୍ଖଳାର ସହ ନାମାଙ୍କନ ଦାଖଲ କରିଛନ୍ତି। ଛାତ୍ର ଅଶାନ୍ତି ଯୋଗୁଁ ଏବେ ସୁଦ୍ଧା ୨୦ରୁ ଅଧିକ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ନିର୍ବାଚନ ବନ୍ଦ ହୋଇଛି। ବାକି ୨୭୩ଟି କଲେଜ ଓ ୫ଟି ବିଶ୍ୱବିଦ୍ୟାଳୟରେ ନିର୍ବାଚନ ହେଉଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ନାମାଙ୍କନ ଦାଖଲ ପରେ ସେଗୁଡ଼ିକୁ ଯାଞ୍ଚ କରାଯାଇଛି। ଅକ୍ଟୋବର ୪(ଆଜି) ପୂର୍ବାହ୍ନ ୧୧ଟାରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ଆଶାୟୀ ପାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ଅପରାହ୍ନ ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ କେତେକ କ୍ୟାମ୍ପସରେ ଛାତ୍ର ଅଶାନ୍ତି ସୃଷ୍ଟି ହୋଇପାରେ। ତେଣୁ କ୍ୟାମ୍ପସରେ ପୁଲିସ ସୁରକ୍ଷା ବଢ଼ାଇବାକୁ କୁହାଯାଇଛି। ଅକ୍ଟୋବର ୧୦ ତାରିଖରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ହେବ। ୧୧ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ। ଅପରାହ୍ନ ୨ଟାରୁ ଭୋଟଗଣତି ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା ଫଳ ପ୍ରକାଶ ପାଇବ। ୧୨ ତାରିଖ ପୂର୍ବାହ୍ନ ୧୧ଟାରେ ବିଜୟୀ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।
ଛାତ୍ର ସଂସଦ ନିର୍ବାଚନ: ସରିଲା ନାମାଙ୍କନ, ଆଜି ଚୂଡ଼ାନ୍ତ ତାଲିକା
/sambad/media/post_attachments/wp-content/uploads/2018/10/college.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)