ଟ୍ରେନ ଆଗକୁ ଡେଇଁ ଯୁବତୀ ଆତ୍ମହତ୍ୟା କରିଛି ନା ତାକୁ କେହି ହତ୍ୟା କରିଛି!
ସଂଗୀତା ମୃତ୍ୟୁର ୧୮ ଦିନ ପରେ ବି ପୁଲିସ ନୀରବ କାହିଁକି !

Advertisment

ଭଦ୍ରକ : ଗତ ୨୦ ତାରିଖରେ ଭଦ୍ରକର ଚରମ୍ପା ରେଳ ଷ୍ଟେସନରେ ହମ୍ପସଫର ଟ୍ରେନ ଆଗକୁ ଡେଇଁ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଥିଲା। ସେଦିନ ମୃତ ଯୁବକଙ୍କର ପରିଚୟ ରେଳବାଇ ପୁଲିସ ପାଇନଥିଲା। ରେଳବାଇପୁଲିସର ଖୋଳତାଡ ପରେ ଅବଶ୍ୟ ମୃତ ଯୁବତୀର ପରିଚୟ ମିଳିଥିଲା। ଯୁବକଙ୍କ ନାମ ସଂଗୀତା ପଲେଇ। ବାସୁଦେବପୁର ବ୍ଲକର ଅଟଳବିହାରୀ ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ କଳାର ଇଂରାଜୀ ସମ୍ମାନର ଛାତ୍ରୀ। ସେ ବାସୁଦେବପୁରର ପ୍ରିନ୍ସେସ୍ କଟେଜ୍ ନାମକ ଏକ ମେସ୍‌ରେ ଭଡାରେ ରହି ପାଠ ପଢୁଥିଲେ। ତାଙ୍କ ଘର ଭଦ୍ରକ ଥାନା ଅନ୍ତର୍ଗତ ଏଡତାଳ ଗ୍ରାମରେ ବୋଲି ଜଣାପଡିଥିଲା। ସଂଗୀତା ଚଳନ୍ତା ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା କଥା ପୁଲିସ ତଦନ୍ତ ବେଳେ ରିପୋର୍ଟ ଦେଇଥିଲେ। ଏଇ ମୃତ୍ୟୁ ଘଟଣାକୁ ନେଇ ଭଦ୍ରକ ରେଳବାଇ ପୁଲୁସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କାରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଦେଇଥିଲା। ସଂଗୀତା ମୃତ୍ୟୁର ଏହା ଭିତରେ ୧୮ ଦିନ ବିତିଗଲାଣି। ସଂଗୀତାର ଶବ ମାଟିରେ ମିଶି ଗଲାଣି। କିନ୍ତୁ ସଂଗୀତ ମୃତ୍ୟୁ ରହସ୍ୟ ଭେଦ କରି ପାରୁ ନାହିଁ ପୁଲିସ। ସଂଗୀତା ଆତ୍ମହତ୍ୟା କରିଛି ନା ତାକୁ ହତ୍ୟା କରାଯିବାର ଷଡଯନ୍ତ୍ର କରାଯାଇ ମରାଯାଇଛି। ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ଏବେ ସଂଗୀତାର ମୃତ୍ୟୁ ପରେ ଗତ କିଛି ଦିନ ହେଲା ସଂଗୀତର କିଛି ଆପତ୍ତିଜନକ ଭିଡିଓ ଭାଇରାଲ ହେବାରେ ଲାଗିଛି। କିଛି ଯୁବକଙ୍କ ସହ ସଂଗୀତାର ଫଟୋ ଭାଇରାଲ ହୋଇଥିବା ବେଳେ ଆଉ କିଛି ଆପତ୍ତିଜନକ ଫଟୋ ଜଣେ ବୟସ୍କ ଲୋକଙ୍କ ସହ ହୋଇଛି। ଏଇ ଦୁଇ ପ୍ରକାରର ଫଟୋ ଭାଇରାଲ ହେବା ପରେ ଏହା୍କୁ ନେଇ ବାସୁଦେବପୁରରେ ସଂଗୀତାର ମୃତ୍ୟୁକୁ ନେଇ ଭିନ୍ନଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ଏଇ ଭିଡିଓ ଭାଇରାଲ ପରେ ଏହକୁ ସଂଗୀତାର ମୃତ୍ୟୁ ରହସ୍ୟ ଭିନ୍ନ ମୋଡ ନେଇଛି। ପୁଲିସ ଏହାକୁ କେବଳ ଅପମୃତ୍ୟୃ ମାମଲା ରୁଜୁ କରି ଚୂପ୍ ହୋଇ ବସିଥିବା ବେଳେ ବାସୁଦେବପୁରର ସଚେଚନ ନାଗରିକ ସଂଗୀତା ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାକୁ ଦାବି ଉଠାଇଛନ୍ତି। ଯେଉଁ ଆପତ୍ତିଜନକ ଭିଡିଓ ଭାଇରାଲ ହୋଇଛି। ତାହାକୁ କିଛି ଗଣମାଧ୍ୟମ ମେସ୍ ମାଲିକଙ୍କ ସହ ସଂଗୀତାଙ୍କ ସଂପର୍କକୁ ନେଇ ଚର୍ଚ୍ଚା କରିଥିବା ବେଳେ ଏନେଇ ମଧ୍ୟ ମୃତ ସଂଗୀତାର ପରିବାର ସଂପୃକ୍ତ ମେସ୍ ମାଲିକଙ୍କୁ ଦାୟୀ କରିଛନ୍ତି। ଅପରକ୍ଷରେ ସଂଗୀତାର ଅନ୍ୟ ଏକ ଫଟୋ ଜଣେ ଯୁବକଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଭାଇରାଲ ହୋଇଥିବା ବେଳେ ଏନେଇ ଭିନ୍ନ ଏକ ରହସ୍ୟ ସାମ୍ମନାକୁ ଆସିଛି। ଗୋଟିଏ ପଟରେ ମେସ୍ ମାଲିକ ଅନ୍ୟ ପଟରେ ଯୁବକଙ୍କ ଆପତ୍ତିଜନକ ଫଟୋ ଘଟଣାଟିକୁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଏଇ ଦୁଇଟି ଫଟୋ କାହାର ଓ କିଏ ଏମାନେ! ଏମାନଙ୍କ ସହ ମୃତ ସଂଗୀତାର ସଂପୃକ୍ତି କଣ ରହିଥିଲା! କେବେ ଏଇ ଫଟୋ ସବୁ ସଂଗୀତା ସହ ଉଠିଥିଲା। ସଂଗୀତା ମୃତ୍ୟୁ ପରେ କିଏ ଏଇ ଫଟୋ ଭାଇରାଲ କରୁଛି। ଭାଇରାଲ କରୁଥିବା ବ୍ୟକ୍ତିଙ୍କର ଉଦ୍ଦେଶ୍ୟ କଣ ରହିଛି। ପୁଲିସ ଏଇସବୁ ଭାଇରାଲ ଫଟୋ ପାଇଛି କି ନାହିଁ। ଏହାକୁ ନେଇ ବାସୁଦେବପରରେ ଆଲୋଚନା ହେଉଛି।

ଏଇ ଘଟଣା ସଂପର୍କା ଭଦ୍ରକ ଏସପି ରାଜଶେ ପଣ୍ଡିତଙ୍କ ସହ ସମ୍ବାଦ ପକ୍ଷରୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପୁଲିସରେ କୌଣସି ଅଭିଯୋଗ ହୋଇନାହିଁ। ଅଭିଯୋଗ ମିଳିବା ପରେ ଘଟଣାର ତଦନ୍ତ କରାଯିବ। ଯେଉଁମାନେ ଏଇ ଘଟଣାରେ ସଂପୃକ୍ତ ଥିବେ, ସେମାନଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ସମ୍ବାଦକୁ ସୂଚନା ଦେଇଛନ୍ତି। ସେଇ ଏକା କଥା ବାସୁଦେବପୁର ଥାନା ଅଧିକାରିଣୀ ପ୍ରକାଶ କରିଛନ୍ତି। ଅଭିଯୋଗ ପାଇଲେ ଘଟଣାର ତଦନ୍ତ କରାଯିବ। ଏବେ ସୁଦ୍ଧା ବାସୁଦେବପୁର ଥାନାରେ ଅଭିଯୋଗ ହୋଇନାହିଁ ବୋଲି ଥାନା ଅଧିକାରିଣୀ ପ୍ରକାଶ କରିଛନ୍ତି। କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯେ, ପୁଲିସ ଏଇ ଘଟଣାରେ ନୀରବ କାହିଁକି! ଅଭିଯୋଗ ନହେଲେ ମଧ୍ୟ ଜଣେ କଲେଜ ପଢୁଆ ଛାତ୍ରୀ ମେସରେ ରହି ପାଠ ପଢୁଥିବା ବେଳେ ସେ କେଉଁ ପରିସ୍ଥିତିରେ ଓ କିଭଳି ବାସୁଦେବପୁରରୁ ଆସି ଭଦ୍ରକର ଚରମ୍ପା ରେଳ ଷ୍ଟେସନରେ ଆତ୍ମହତ୍ୟା କଲେ। ତାଙ୍କୁ ସେଠାରୁ କିଏ ସାଥିରେ ନେଇ ଆସିଥିଲେ ନା ସେ ନିଜେ ମେସରୁ ପଳାଇ ଆସିଥିଲେ। ଏଇ ସବୁ ଦିନ ଉପରେ ଉଭୟ ଭଦ୍ରକ ରେଳବାଇ ପୁଲିସ ଓ ବାସୁଦେବପୁର ପୁଲିସ କାହିଁକି ତଦନ୍ତ ନକରି ନୀରବରେ ବସିଛନ୍ତି। ଜଣେ ଛାତ୍ରୀର ମୃତ୍ୟୁ ପରେ ତାର ଆପତ୍ତିଜନ ଭିଡିଓ ଭାଇରାଲ ହେବା ପେର ପୁଲିସ ଏଇ ଦିଗ ଉପରେ ନିଜ ଆଡୁ ତଦନ୍ତ କରୁନାହିଁ କାହିଁକି ବୋଲି ପ୍ରଶ୍ନ ଉଠିଛି। ସଂଗୀତା ମୃତ୍ୟୁର ରହସ୍ୟ କେବେ ଉନ୍ମୋଚନ ହେବ ତାହାକୁ ନେଇ ସସ୍ପେନସ୍ ରହିଛି।