ଦୁର୍ଘଟଣାରେ ଅଧ୍ୟାପକ ମୃତ

ପାଇକମା : ପାଇକମାଳ-ପଦ୍ମପୁର ରାସ୍ତା କେର୍ମେଲାବାହାଲ ଛକଠାରେ ଗୌରବ ବସ୍‌ ଧକ୍କାରେ ମାଣ୍ଡୋସିଲ୍‌ ଡିଗ୍ରି କଲେଜର ଇଂରାଜୀ ଅଧ୍ୟାପକ ଧବଳେଶ୍ବର ସାହା (୩୪)ଙ୍କ ମୃତ୍ୟୁ ଘଟିଛି। ଅଧ୍ୟାପକ ସାହା ଖଣ୍ଡସିବାଝି ଗାଁରୁ କଲେଜ ଅଭିମୁଖେ ବାହାରି ଥିଲେ। ବରଗଡ଼ରୁ କୋମନା ଯାଉଥିବା ବସ୍‌କୁ ଅଟକାଉଥିବା ବେଳେ ବସ୍‌ ତାଙ୍କ ଉପରେ ମାଡ଼ି ଯାଇଥିଲା। ତାଙ୍କୁ ପଦ୍ମପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠା‌େର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର