ଭଦ୍ରକ: ଚରମ୍ପା କଲେଜ ପରିସରକୁ କିଛି ଅଣ ଛାତ୍ର ପ୍ରବେଶ କରିବା ସହ କଲେଜ ଭିତରେ ଗଣ୍ଡଗୋଳ କରିବା ସହ ଛାତ୍ରଙ୍କୁ ଆକ୍ରମଣ କରିବା ଘଟଣା ପରେ କଲେଜରେ ପଢୁଥିବା ଛାତ୍ରମାନେ ପ୍ରତିବାଦ କରିବା ସହ ଅଣ ଛାତ୍ରଙ୍କ ପ୍ରବେଶ ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି। କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅତୀତରେ ଏ ନେଇ ଅଭିଯୋଗ କରାଇଥିଲେ ମଧ୍ୟ କଲେଜ୍ ଅଧ୍ୟକ୍ଷଙ୍କ ନୀରବତା ଏବଂ ଗୁଣ୍ଡାରାଜ୍ ବିରୁଦ୍ଧରେ କଲେଜ୍ ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ କରିଥିଲେ। ଅଣ ଛାତ୍ରଙ୍କ ଗୁଣ୍ଡଗିରିକୁ ନେଇ କଲେଜ ପରିସର ଦିନକୁ ଦିନ ଅଶାନ୍ତ ହୋଇ ପଡ଼ୁଛି। ଏହାର ପ୍ରତିବାଦ କରି ଆଜି ଛାତ୍ର ଛାତ୍ରୀମାନେ ଆନ୍ଦୋଳନକୁ ଉହ୍ଲାଇ ଥିଲେ। କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି।
ଚରମ୍ପା କଲେଜରେ ଅଣଛାତ୍ରଙ୍କ ଆତଙ୍କ: ପ୍ରତିବାଦରେ ଛାତ୍ର ଆନ୍ଦୋଳନ
/sambad/media/post_attachments/wp-content/uploads/2023/08/IMG-20230809-WA0024.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)